ସମୁଦ୍ରରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

0

ଓଡ଼ିଆ ନ୍ୟୁଜ୍: ସମୁଦ୍ରରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ।ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଅଘଟଣ।ଗାଧୋଇବାକୁ ଯାଇ ୩ ଜଣ ପର୍ଯ୍ୟଟକ ବୁଡ଼ିଗଲେ।ଉଦ୍ଧାର ୨ ଜଣଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକ ମୃତ।ନିଖୋଜ ଜଣଙ୍କର ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟ ଜାରି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ମଙ୍ଗଳବାରଠୁ ବୁଧବାର ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏଭଳିସ୍ଥିତିରେ ସମୁଦ୍ର ଉତ୍ତାଳ ଥିବାବେଳେ ପର୍ଯ୍ୟଟକଙ୍କୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ହେଲେ ଅମାନିଆ ପର୍ଯ୍ୟଟକ ସମୁଦ୍ର କଟକଣାକୁ ବେଖାତିର କରି ସମୁଦ୍ର ଭିତରକୁ ଯାଇ ଭାସିଯାଉଥିବାର ଖବର ହସ୍ତଗତ ହେବାରେ ଲାଗିଛି। ବୁଧବାର ସକାଳେ ପଶ୍ଚିମବଙ୍ଗ ଦୀଘା ନିକଟସ୍ଥ ମନ୍ଦାରମଣଧି ସମୁଦ୍ରକୂଳକୁ ଗାଧୋଇବାକୁ ଯାଇଥିବା ପଶ୍ଚିମବଙ୍ଗ ବାରାସାତ ଅଞ୍ଚଳର ୩ ବନ୍ଧୁ ସମୁଦ୍ରର ଜୁଆରରେ ଭାସିଯାଇଥିଲେ। ସେମାନେ ଭାସିଯାଉଥିବାର ଦେଖି ସିଭିଲ ଭଲଣ୍ଟିଆରମାନେ ଏକ ସ୍ପିଡ୍‌ ବୋଟ୍‌ରେ ୨ ଜଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଜଣେ ପର୍ଯ୍ୟଟକଙ୍କୁ ମୃତ ବୋଲି ଡାକ୍ତର ଘୋଷଣା କରାଯାଇଛି।

ସୂଚନାନୁଯାୟୀ, ଗତ ୧୬ ତାରିଖରେ ବି ଏହି ସମୁଦ୍ରକୂଳରେ ୫ ଜଣ ବଙ୍ଗୀୟ ପର୍ଯ୍ୟଟକ ଭାସି ଯାଉଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଅନ୍ୟ ଜଣେ ସମୁଦ୍ରଗର୍ଭରେ ଲୀନ ହୋଇଥିଲେ l

Leave A Reply

Your email address will not be published.