ସେଲ୍ଫି ହେଲା କାଳ, ଜଳପ୍ରପାତରେ ବୁଡ଼ି ଚାଲିଗଲା ଜୀବନ

0

ଓଡ଼ିଆ ନ୍ୟୁଜ୍: ସେଲ୍ଫି ହେଲା କାଳ, ଜଳପ୍ରପାତରେ ବୁଡି ୨ ମୃତ। କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଫଟୋ ଉଠାଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସି ପଡ଼ି ନିଖୋଜ ହୋଇଯାଇଥିଲେ।

ଦମକଳ ବାହିନୀ ସହାୟତାରେ ଖୋଜାଖୋଜି କରି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରିବାକୁ ମେଡ଼ିକାଲ ପଠାଇଥିବା ଜଣାପଡ଼ିଛି।

 

 

Leave A Reply

Your email address will not be published.