ପାରିପାରିକ କଳହର କରୁଣା ପରିସ୍ଥିତି, ଭଉଣୀକୁ ମାରିଦେଲେ ଭାଇ- ଭଉଣୀ

0

ଓଡ଼ିଆ ନ୍ୟୁଜ୍: ପାରିପାରିକ କଳ କରୁଣ ପରିସ୍ଥିତି।ଭାଇ-ଭଉଣୀଙ୍କ କଳି ରକ୍ତପାତ ସୃଷ୍ଟି କରିଛି। ଭାଇର ସୁରକ୍ଷା ପାଇଁ ଯେଉଁ ଭଉଣୀ ପ୍ରତିବର୍ଷ ରାଖୀ ବାନ୍ଧୁଥିଲା, ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ବଡ଼ଭଉଣୀ-ସାନଭାଇ ହେଉଛନ୍ତି ଅଭିଯୁକ୍ତ  ସମ୍ବଲପୁର ବାମରା ବ୍ଲକ ଅଧୀନ ଗୋବିନ୍ଦପୁର ଥାନା ଅନ୍ତର୍ଗତ ମଝିପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ମଝିପଡ଼ା ଗାଁରେ କିଛି ଦିନ ଆଗରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ପାଇଁ ଆଜି ପରିବାରରେ ଅନ୍ତେଷ୍ଟି କ୍ରିୟା ଚାଲିଥିଲା। ଏହି କାର୍ଯ୍ୟରେ ଯୋଗଦେବା ପାଇଁ ବନ୍ଧୁବାନ୍ଧବ ଆସି ପହଞ୍ଚୁ ଥିଲେ। ଭୋଜିଭାତ ରୋଷେଇ ଜାରି ଥିଲା। ତେବେ ଏହି ସମୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା, ଯାହାକି ଉଗ୍ରରୂପ ନେଇଥିଲା।

Leave A Reply

Your email address will not be published.