ଜଳପ୍ରପାତରେ ଭାସିଗଲେ ଯୁବକ

0

ଓଡ଼ିଆ ନ୍ୟୁଜ୍: ଜଳପ୍ରପାତରେ ୨ ସାଙ୍ଗଙ୍କ ଆଗରେ ଭାସିଗଲେ ଯୁବକ। ସୀମାନ୍ତ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗର୍ଜନଖୋଳ ଜଳପ୍ରପାତରେ ଭାସିଗଲେ।୨ ସାଙ୍ଗ ଗାଧୋଉଥିବା ବେଳେ ପ୍ରଖର ସ୍ରୋତରେ ଭାସି ଯୁବକ ନିଖୋଜ।ବାଂଶପାଳ ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି।ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ ଜଣ ଓ ଗୋପପୁର ଗାଁର ଜଣେ ସାଙ୍ଗ ଏକାଠି ହୋଇ ନଗୀରା ଗର୍ଜନ ଖୋଲ ଜଳପ୍ରପାତ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ ।

ଏହି ସମୟରେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ସେଠାରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରେ ଏ ବିଷୟରେ ଖବର ପାଇ ବାଂଶପାଳର ଦମକଳ ବାହିନୀ ସେଠାରେ ଗତକାଲିଠାରୁ ଖୋଜାଖୋଜି ଜାରି ରଖିଥିଲେ। ହେଲେ ବେଳେ ଗତକାଲି ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦମକଳ ବାହିନୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ଜଳପ୍ରପାତ ବହୁ ଗଭୀର ଥିବାରୁ ଖୋଜିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି।

Leave A Reply

Your email address will not be published.