ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଲ୍ଲୀ ପୋଲିସ ଦଳ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଛନ୍ତି। ପ୍ରକାଶ ଯେ, ନୋଟିସ ସଂପର୍କରେ ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ସାଗର ପ୍ରୀତ ହୁଡା ତାଙ୍କ ଘରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ମଧ୍ୟ ରାହୁଲଙ୍କୁ ଭାରତ ଯୋଡା ଯାତ୍ରା ସମୟରେ ତାଙ୍କ ‘ଯୌନ ଉତ୍ପୀଡ଼ନ’ ବିବୃତ୍ତି ସମ୍ପର୍କରେ ନୋଟିସ ପଠାଇଥିଲା।
ବାସ୍ତବରେ, ଶ୍ରୀନଗରରେ ଭାରତ ଯୋଡ଼ାର ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ ଆଜି ମଧ୍ୟ ମହିଳାମାନଙ୍କ ଉପରେ ଯୌନ ଶୋଷଣ ଘଟୁଛି ଜ୍ଝ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ନୋଟିସ ପଠାଇଥିଲା ଯେ କେଉଁ ମହିଳା ଏହା କହିଛନ୍ତି। ପୋଲିସ ସେହି ମହିଳାମାନଙ୍କ ବିବରଣୀ ଦେବାକୁ ରାହୁଲଙ୍କୁ ମଧ୍ୟ କହିଥିଲା।