ସୁଧୁରୁଛି ଦିଲ୍ଲୀ ପରିସ୍ଥିତି । ଶାନ୍ତି ଓ ମୈତ୍ରୀ ସହ ସଦଭାବନା ବଜାୟ ରଖିବାକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦଙ୍ଗା ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

0

୨୭/୦୨/୨୦୨୦: (ଓଡ଼ିଆନ୍ୟୁଜ ବ୍ୟୁରୋ):  ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ହିଂସା ତୀବ୍ର ହେବାରେ ଲାଗିଛି I ଏପର୍ଯ୍ୟନ୍ତ 27 ଜଣଙ୍କ ମୃତ୍ୟୁ ଘଟିବା ସହ 250 ରୁ ଅଧିକ ଲୋକ ଆହତ ହୋଇଛନ୍ତି I ଦିଲ୍ଲୀ ହାଇ କୋଟ ଏବଂ ସୁପ୍ରିମ କୋଟ ପୋଲିସର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡାକରିଛନ୍ତି I ହିଂସା ନିୟନ୍ତ୍ରଣ ପାଇଁ ପୋଲିସ ସଠିକ ପଦକ୍ଷେପ ନେଇନାହିଁ ଏବଂ ହିଂସାକାଣ୍ଡ ପାଇଁ ଦାୟୀ କରାଯାଉଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଏଫଆଇଆର ଦାୟର କରିବା ପାଇଁ ନିର୍ଦେଶ ଦେଇଛନ୍ତି I

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବାକୁ ବାର୍ତ୍ତା ଦେଇଛନ୍ତି I ସେପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ଆଲୋଚନା କରିଛନ୍ତି I ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ବୈଠକକରି ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ନିଆଯାଇଥିବା ପଦକ୍ଷେପ ଉପରେ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଅବଗତ କରାଇଛନ୍ତି I ଦିଲ୍ଲୀ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିବାକୁଯାଇ ସେ କହିଛନ୍ତି ଲୋକମାନେ ପୋଲିସର ଦକ୍ଷତା ଏବଂ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଲେଣି I

ଦିଲ୍ଲୀ ରେ ପୋଲିସ କର୍ମୀ ମୁତୟନ ଥିବାବେଳେ ର୳Iପୀଡ଼ ଆକ୍ସନ ଫୋସ ମୁତୟନ ମଧ୍ୟ୍ୟ କରାଯାଇଛି I ଦିଲ୍ଲୀର ମୌଜପୁର ,ଭଜନପୁରା , ଏବଂ ଜIପରବାଦରେ ଆଜି ବି ହିଂସା ଜାରିରହିଥିବାରୁ ସୁରକ୍ଷ୍ୟା ବାହିନୀ ସେଠାରେ ଫ୍ଲାଗମାଚ କରିଛନ୍ତି I ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିହିତ ପୋଲିସ କର୍ମଚାରୀ ରତନଲାଲଙ୍କ ପରିବାର ପାଇଁ 1 କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି I କଂଗ୍ରେସ ଅଦକ୍ଷI ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ଗୃହମନ୍ତ୍ରୀ ଅମିତ ସାହାଙ୍କ ଇସ୍ତଫା ଦାବିକରିଛନ୍ତି I ନସିପି ମଧ୍ୟ ସମାନ ଅଭିଯୋଗ କରିଛି I ଆପ ପକ୍ଷ୍ରୁ ଏକ ସାମ୍ବାଦିକ ସମ୍ମିଳନୀ କରି ହିଂସା ପାଇଁ କେନ୍ଦ୍ର ସରକାଙ୍କୁ ଦାୟୀ କରିବା ସହ ତୁରନ୍ତ ସେନା ମୁତୟନ ପାଇଁ ଦାବି ହୋଇଛି I

Leave A Reply

Your email address will not be published.