ରିଲିଜ୍ ପୂର୍ବରୁ‘ଲାଲ୍ ସିଂ ଚଢା’କୁ ବୟକଟ୍ ଦାବି

0

ନୂଆଦିଲ୍ଳୀ(ଓଡ଼ିଆ ନ୍ୟୁଜ୍‌): ବଲିଉଡ ଫିଲ୍ମ ଲାଲ୍ ସିଂ ଚଢାର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ବର୍ଷ ପରେ ଏହି ଫିଲ୍ମରେ ଏକାଠି ହୋଇଛନ୍ତି ଅମୀର ଖାନ୍ ଓ କରୀନା କପୁର୍ । ଦୁଦିଁଙ୍କ ଦମ୍‌ଦାର ଯୋଡ଼ି ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଗୋଟିଏ ପଟେ ଲୋକମାନେ ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଥିବାବେଳେ ଅନ୍ୟ ପଟେ କିଛି ଲୋକ ଫିଲ୍ମକୁ ବୟକଟ୍ କରିବାକୁ ଦାବି କରୁଛନ୍ତି। ଏହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଫିଲ୍ମକୁ ବୟକଟ କରିବାର ଦାବି ସହିତ ଅମୀର-କରୀନାଙ୍କୁ ମଧ୍ୟ ଟ୍ରୋଲ କରିଛନ୍ତି ୟୁଜର୍ । ଯାହା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଫିଲ୍ମ ଲାଲ ସିଂ ଚଢା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପର’ ହିନ୍ଦୀ ରିମେକ। ଏହା ବ୍ୟତୀତ ଫିଲ୍ମକୁ ବୟକଟ କରିବା ପଛରେ ଆମୀର ଖାନଙ୍କ କିଛି ବିବାଦୀୟ ମନ୍ତବ୍ୟ ରହିଛି। ଲୋକମାନେ କହିଛନ୍ତି ଯେ ଅମୀର ଖାନ ଭାରତୀୟ ସଂସ୍କୃତି ଏବଂ ସଭ୍ୟତା ବିଷୟରେ ଅନେକ ବିବାଦୀ କଥା କହିଛନ୍ତି ତେଣୁ ତାଙ୍କର ଚଳଚ୍ଚିତ୍ର ରିଲିଜ ହେବା ଉଚିତ ନୁହେଁ।

Leave A Reply

Your email address will not be published.