ଧରାପଡ଼ିଗଲା ଚୀନ୍‌ର ଚାଲାକି, ଅପରେସନ ସିନ୍ଦୁର ବେଳେ ପାକିସ୍ତାନକୁ ଦେଉଥିଲା ବଳ

0

ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂରରେ କାହିଁକି ପଛଘୁଞ୍ଚା ଦେଇଥିଲା ପାକିସ୍ତାନ, ସତ କଥା କହିଲେ ସ୍ଥଳସେନା ଉପମୁଖ୍ୟ। ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ ହାର୍ଡୱେର ଥିଲା ଚୀନର । ଚୀନ୍ ମଧ୍ୟ ଅନ୍ୟ ଅସ୍ତ୍ର ବିରୋଧରେ ନିଜର ଅସ୍ତ୍ର ପରୀକ୍ଷଣ କରୁଥିଲା । ଏହା ପାକିସ୍ତାନ ପାଇଁ ଏକ ଲାଇଭ୍ ଲାବ୍ ଭଳି କାମ କରୁଥିଲା । ତୁର୍କୀ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାକୁ ଆଗେଇ ଆସିଥିଲା ।ଅପରେସନ ସିନ୍ଦୂରରେ ସମୟରେ ବା ପରେ ଯାହା ଅନୁମାନ କରାଯାଉଥିଲା ତାହା ଠିକ ସାବ୍ୟସ୍ତ ହୋଇଛି । ଅର୍ଥାତ ଭାରତ ପାକିସ୍ତାନରେ ସାମରିକ ଆକ୍ରମଣ ସମୟରେ ପାକିସ୍ତାନ ମୁହଁ ବୋଲା ଭାଇ କୁହାଯାଉଥିବା ଚୀନ ଆତଙ୍କୀସ୍ତାନକୁ ବଡ ସାହାଯ୍ୟ କରିଥିଲା । ଅପରେସନ ସମୟର ଟିକିନିକି ଅପଡେଟ୍ ପାକିସ୍ତାନକୁ ପ୍ରଦାନ କରୁଥିଲା ଚୀନ । ଖାଲି ସେତିକି ନୁହେଁ ଯୁଦ୍ଧ ସମୟରେ ଚାଲାକ୍ ଚୀନ ନିଜର ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ପ୍ରଦାନ କରି ନିଜ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପରୀକ୍ଷା କରିଥିଲା।

ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ସଫଳତା କାହାକୁ ଅଛପା ନାହିଁ । ହେଲେ ସେତବେଳେ ଭାରତ ଖାଲି ପାକିସ୍ତାନ ସହ ଲଢୁନଥିଲା ଭାରତ ସୀମାରେ ଅନ୍ୟ ୨ଦେଶ ସହ ମଧ୍ୟ ଲଢେଇ କରୁଥିଲା । ପ୍ରଥମ ଦେଶଟି ହେଉଛି ଚୀନ ଆଉ ଦ୍ବିତୀୟ ଦେଶଟି ହେଉଛି ତୁର୍କୀ । ଚୀନ ପାକିସ୍ତାନକୁ ‘ଲାଇଭ ଲ୍ୟାବ’ ଭାବେ ବ୍ୟବହାର କରୁଥିଲା, ଲେଫ୍ଟନାଣ୍ଟ ଜେନେରାଲ ରାହୁଲ ଆର. ସିଂହ ଅପରେସନ ସିନ୍ଦୂର ସମୟରେ ଭାରତର ଶିକ୍ଷା ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଖୁଲାସା କରିଛନ୍ତି । ଫିକ୍କି ଆୟୋଜିତ ‘ନୂଆ ଯୁଗର ସାମରିକ ପ୍ରଯୁକ୍ତି’ କାର୍ୟ୍ୟକ୍ରମରେ ସେନା ଉପମୁଖ୍ୟ କହିଛନ୍ତି, “ଚୀନ ପାକିସ୍ତାନକୁ ଏକ ଲାଇଭ ଲ୍ୟାବ ଭାବେ ବ୍ୟବହାର କରି ନିଜର ଅସ୍ତ୍ରଶସ୍ତ୍ର ପରୀକ୍ଷା କରୁଥିଲା ।

Leave A Reply

Your email address will not be published.