ମାହାଙ୍ଗାରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକରେ ଦେବସ୍ନାନ ପୁର୍ଣିମା ମହାଆଡମ୍ବରରେ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ରୀଜଗନ୍ନାଥ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଗ୍ରହ ନୁହନ୍ତି | ଏହି ଚତୁର୍ଦ୍ଧା ମୂର୍ତ୍ତିରେ ସକଳ ପ୍ରକାର ଦାର୍ଶନିକ ଚିନ୍ତା ଓ ଚୈତନ୍ୟ ତଥା ବିବିଧ ଧର୍ମ ଧାରଣ ର କେବଳ ସମ୍ୱନୟ ହୋଇନି ମିଳନ ମଧ୍ୟ ଘଟିଛି | ସେହି ଦୃଷ୍ଟି ରୁ ଶ୍ରୀଜଗନ୍ନାଥ ଙ୍କ ରଥ ଯାତ୍ରା ଶ୍ରେଷ୍ଠତମ ମାନବ ଧର୍ମର ପ୍ରଚାର କରୁଛି |

ରଥଯାତ୍ରା ର ପ୍ରାରମ୍ଭରୁ ହେଉଥିବା ଦେବସ୍ନାନ ପୁର୍ଣିମା ଯାତ୍ରାର ତାତ୍ପର୍ଯ୍ୟ ବେଶ ଅଧିକ | ପ୍ରଭୁ ଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣିମା ରେ ଜନ୍ମ ଗ୍ରହଣ କରିଥିଲେ |ଏହି ଦିନରେ ପ୍ରଭୁ ଜଗନ୍ନାଥ ଜନ୍ମ ଗ୍ରହଣ କରିଥିବାରୁ ଏହି ଦିବସକୁ ଦେବସ୍ନାନ ପୁର୍ଣିମା ଭାବେ ପାଳନ କରାଯଇଥାଏ |

ଏହି ଅବସରରେ ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକର 37 ଗୋଟି ପଂଚାୟତରେ ଥିବା ଜଗନ୍ନାଥ ମନ୍ଦିର ଗୁଡିକ ରେ ରିତି ନୀତି ଅନୁଯାୟୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି | ସେହିପରି ମନ୍ଦିର ପରିସରରେ ଭକ୍ତ ମାନଙ୍କ ନିମନ୍ତେ ଅନ୍ନ ବ୍ଯବସ୍ଥା କରାଯାଇଥିବା ବେଳେ ଭଜନ ଓ କୀର୍ତନ ଆଦି ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.