କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ

0

ଓଡ଼ିଆ ନ୍ୟୁଜ୍: କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ।କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ। ରାଜ୍ୟରେ ହଜାର ହଜାର ଭୂମିହୀନଙ୍କ ନିଜସ୍ବ ପରିଚୟରେ ବାସସ୍ଥାନ ନଥିବାରୁ ପରଘରେ ଅଥବା ଆଶ୍ରୟସ୍ଥଳୀରେ ଜୀବନଯାପନ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଜଣେ ବାବୁଙ୍କର ୧୧୫ଟି ପ୍ଲଟ୍‌ ଠାବ ହୋଇଛି। ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍‌ଓଙ୍କର ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ୭ଟି ଠିକଣାରେ ଏହି ପ୍ଲଟ୍‌ଗୁଡ଼ିକ ଠାବ ହୋଇଛି। କୁବେର ଡିଏଫ୍‌ଓ ହେଲେ ନିତ୍ୟାନନ୍ଦ ନାୟକ। ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍‌ଓ ନିତ୍ୟାନନ୍ଦ ନାୟକଙ୍କ ନାଁରେ ୫୩, ତାଙ୍କ ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଠାବ ହୋଇଛି। ସେହିପରି ତାଙ୍କର ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌ ଓ ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଛି।

ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା, ୧ ଲକ୍ଷ ୧୯ ହଜାର ଟଙ୍କା ଠାବ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୩ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ଅଛନ୍ତି। ନାୟକଙ୍କ ଠାରୁ ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା, ୨ଟି ଚାରିଚକିଆ ବାହନ ଆଦି ଜବତ ହୋଇଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.