ଭିଜିଲାନ୍ସ ଜାଲରେ RI ବାବୁ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଧାମନଗର ବ୍ଲକ୍‌ ରାଧାବଲ୍ଲଭପୁର RI ନଗେନ୍ଦ୍ର ଦାସ। ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।୭ ହଜାର ମାଗିଥିଲେ, ପ୍ରଥମ ଦଫାରେ ୪ ହଜାର ନେଲା ବେଳେ କାବୁ।ପୂର୍ବରୁ ୨ ହଜାର ଟଙ୍କା ନେଇଥିବା ନଗେନ୍ଦ୍ର ବୁଧବାର ଦ୍ୱିତୀୟ ଓ ଅନ୍ତିମ କିସ୍ତି ଭାବେ ୪ ହଜାର ଟଙ୍କା ନେବା ବେଳେ RI ଅଫିସ ସାମନାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଅଭିଯୋଗକାରୀ ଅବଶିଷ୍ଟ ୫ ହଜାର ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବାରୁ ନଗେନ୍ଦ୍ର ଏହାକୁ ୪ ହଜାରକୁ ହ୍ରାସ କରିଥିଲେ। ପୂରା ଲାଞ୍ଚ ଟଙ୍କା ନଗେନ୍ଦ୍ରଙ୍କଠାରୁ ଜବତ କରାଯାଇଛି। ଏହି ଘଟଣା ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରିଛି। ଏହାପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ନଗେନ୍ଦ୍ରଙ୍କ ଦୁଇଟି ସ୍ଥାନରେ ଅନୁସନ୍ଧାନ ଜାରି ରହିଛି।

Leave A Reply

Your email address will not be published.