ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବର୍ଷ ସାରା ଲୋକମାନେ ଦିପାବଳୀ କୁ ଅନେଇ ବସିଥାନ୍ତି। ଏହି ଦିନକୁ ଖୁବ୍ ଆଡ଼ମ୍ବରରେ ପାଳନ କରିବା ପାଇଁ ଏବେ ଠୁ ପ୍ରସ୍ତୁତ ହେଲାଣି। ତେବେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୖୟାଦଶ ତିଥିରେ ଧନର ଦେବୀ ଲକ୍ଷ୍ମୀଙ୍କର ଉତ୍ସବ ପାଳନ କରାଯାଇଥାଏ। ଏଣୁ ଏହି ଦିନକୁ ଧନତେରସ ଭାବେ ନାମିତ କରାଯାଇଛି। ଧନତେରସରେ ପାଞ୍ଚ ଦେବୀଦେବତା ଯଥା ଗଣେଶ, ଲକ୍ଷ୍ମୀ, ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କର ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପୂଜା ବିଧି ଏବଂ ଏହାର ଶୁଭ ମୂହୂର୍ତ୍ତ ବିଷୟରେ।
କେଉଁ ରାଶିର ବ୍ଯକ୍ତି କଣ କିଣିବା ଉଚିତ୍ ?
ମେଷ ରାଶି : ଚାନ୍ଦିର ବାସନ ଏବଂ ଇଲେକଟ୍ରୋନିକ୍ ଜିନିଷ କ୍ରୟ କରନ୍ତୁ।
ବୃଷ ରାଶି : ଚମକଦାର ବସ୍ତ୍ର ଅଥବା ରୂପା ଏବଂ ତମ୍ବାର ଜିନିଷ କିଣନ୍ତୁ।
ମିଥୁନ ରାଶି : ସୁନାର ଅଭୁଷଣ କଣିବା ସହ କେସର ଏବଂ ବାହାନ କିଣନ୍ତୁ।
କର୍କ ରାଶି : ରୂପାର ଅଭୂଷଣ, ମୁଦ୍ରା ଏବଂ ଘର ବ୍ଯବହାର୍ଯ୍ଯ ଇଲେକଟ୍ରୋନିକ୍ ଜିନିଷ କିଣନ୍ତୁ।
ସିଂହ ରାଶି : ତମ୍ବା, କଂସାର ବାସନ କିଣନ୍ତୁ। କପଡ଼ା ସହ କିଛି ସୁନାର ଜିନିଷ କିଣନ୍ତୁ।
କନ୍ଯା ରାଶି : ଗଣେଷଙ୍କର ଗଜ ମୂର୍ତ୍ତି, ରୂପାର କିଛି ବସ୍ତୁ ଅଥବା ରୋଷେଇ ବ୍ଯବହାର୍ଯ୍ଯ ଜିନିଷ କିଣନ୍ତୁ।
ତୁଳା ରାଶି : ସୌନ୍ଦର୍ଯ୍ଯ ଉପକରଣ, ରୂପାର ବାସନ ବା ମୂଦ୍ରା ତଥା ସୁନାର କିଛି ଜିନିଷ କିଣିପାରିବେ।
ବିଛା : ଇଲେଟ୍ରୋନିକ୍ ଉପକରଣ ଅଥବା ସୁନାର କୌଣସି ଜିନିଷ କିଣିପାରନ୍ତି।
ଧନୁ ରାଶି : ଯାନବାହନ, କପଡ଼ା ଅଥବା ରୂପାର ଅଳଙ୍କାର କିଣିବା ଶୁଭ ରହିବ।
ମକର ରାଶି : ସୁଗନ୍ଧିତ ଜିନିଷ, ସୁନାର ମୁଦ୍ରା ଅଥବା ଆଭୁଷଣ କିଣିପାରିବେ।
କୁମ୍ଭ ରାଶି : ପ୍ରସାଧନ ଜିନିଷ, ଦୁଇ ଚକିଆ ଯାନ ଅଥବା ସୌନ୍ଦର୍ଯ୍ଯର କୌଣସି ଉପକରଣ କିଣିପାରିବେ।
ମୀନ ରାଶି : ସୁନା ଅଥବା ରୂପାର ମୁଦ୍ରା ଏବଂ ଅଳଙ୍କାର କିଣି ପାରିବେ। ଇଲେକଟ୍ରୋନିକ୍ ଉପକରଣ କିଣି ପାରିବେ।
ଏହି ରାଶି ଅନୁଯାଇ ଜିନିଷ କିନିଲେ ଆପଣଂକ ଘରକୁ ଲକ୍ଷ୍ମୀ ଆସିବେ।