ଭିଜିଲାନ୍ସ ଜାଲରେ ଏବିଡିଓ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଏବିଡିଓ । ଧର୍ମଶାଳା ଏବିଡିଓ (ଆଡିସନାଲ୍‌ ବ୍ଲକ ଡେଭଲପ୍‌ମେଣ୍ଟ ଅଫିସର) ଅସିତ୍‌ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଏକକାଳୀନ ୭ଟି ଜାଗାରେ ରେଡ୍ କରୁଛି ଭିଜିଲାନ୍ସ । ଯାଜପୁର, ଭଦ୍ରକ, କଟକ ଓ ଭୁବନେଶ୍ବରରେ ଚାଲିଛି ରେଡ୍ ।

ଚଢ଼ାଉରେ ୮ ଡିଏସପି, ୯ ଇନ୍ସପେକ୍ଟର ସାମିଲ ଥିବା ସୂଚନା । ଚାଉଳିଆଗଞ୍ଜ ମେଟ୍ରୋ ଆଭିନ୍ୟୁ ଆପାର୍ଟମେଣ୍ଟରେ ଏହି ରେଡ୍ ଜାରି ରହିଛି। ଧର୍ମଶାଳା କାର୍ୟ୍ୟାଳୟ, ସରକାରୀ ବାସଭବନରେ ମଧ୍ୟ ଚଢାଉ। ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଛନ୍ତି। କେତେ ସଂପତ୍ତିଏବଂ କେତେ ସୁନା ଜବତ ହୋଇଛି, ତାହା ବର୍ତ୍ତମାନ ଜଣାପଡିନାହିଁ।

Leave A Reply

Your email address will not be published.