ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଧର୍ମଶାଳା ବ୍ଲକ ସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମ, ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ସାମିଲ ହୋଇଥିବା ମହିଳାଙ୍କ ନିକଟକୁ ଯାଇଛି ଟଙ୍କା।
ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ଟଙ୍କା ଯାଇଥିବା ବେଳେ ଅବଶିଷ୍ଟ ୪୯୯୯ଟଙ୍କା ଆଜି ବ୍ୟାଙ୍କ ଖାତାକୁ ଯାଇଛି। ଯାଜପୁର ଜିଲ୍ଲା ଜାରକା ସ୍ଥିତ ମହୋତ୍ସବ ପଡ଼ିଆରେ ଧର୍ମଶାଳା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଯୋଗଦେଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଓ ଅଭିଭାଷଣକୁ ଏଲଇଡି ମାଧ୍ୟମରେ ଦେଖିଥିଲେ ଓ ଶୁଣିଥିଲେ। ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଥିବା ମହିଳାମାନେ ଟଙ୍କା ପାଇ ବେଶ ଖୁସି ଜାହିର କରିବା ସହ ସରକାରଙ୍କୁ ପ୍ରଶଂସା କରିଥିଲେ।
Comments are closed.