ଚୁମା ଦେଇ ଚର୍ଚ୍ଚାରେ ଧର୍ମେନ୍ଦ୍ର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚୁମା ଦେଇ ଏବେ ଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର। ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ରକି ଔର ରାନୀ କି ପ୍ରେମ୍ କାହାନୀରେ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟ ୧୬ବର୍ଷ ପ‌ରେ ପରଦାରେ ଧର୍ମେନ୍ଦ୍ରଙ୍କୁ ଏଭଳି ଦୃଶ୍ୟ କରୁଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର। ଏକ ସାକ୍ଷାତକାର‌ରେ ଧର୍ମେନ୍ଦ୍ର କହିଛନ୍ତି, “ମୁଁ ଶୁଣୁଛି ଯେ ଶବାନା ଏବଂ ମୋର ଚୁମ୍ବନ ଦୃଶ୍ୟ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଲୋକେ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି। ମୁଁ ଭାବୁଛି ଲୋକମାନେ ଏଭଳି କିଛି ଦୃଶ୍ୟ ଆଶା କରୁନଥିବା ବେଳେ ସେମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଛି।

ଶେଷ ଥର ପାଇଁ ମୁଁ ନଫିସା ଅଲିଙ୍କ ସହ ଲାଇଫ୍ ଇନ୍ ମେଟ୍ରୋରେ ଏକ ଚୁମ୍ବନ ଦୃଶ୍ୟ କରିଥିଲି ଏବଂ ସେହି ସମୟରେ ଲୋକମାନେ ଏହାକୁ ପ୍ରଶଂସା କରିଥିଲେ। ଯେତେବେଳେ କରଣ ମୋତେ ଏହି ଦୃଶ୍ୟ ବିଷୟରେ କହିଥିଲେ ସେତେବେଳେ ମୁଁ ଜମା ବି ଆଶ୍ଚର୍ଯ୍ୟ ହୋଇନଥିଲି। କାରଣ ଫିଲ୍ମର କାହାଣୀ ପାଇଁ ଏହା ଜରୁରୀ ଥିଲା। ‌ଏହାକୁ ଜୋର ଜବରଦସ୍ତ ରଖାଯାଇନଥିଲା। ସେଥିପାଇଁ କାହାଣୀର ଗୁରୁତ୍ବକୁ ଦେଖି ମୁଁ ଏହି ଦୃଶ୍ୟ କରିବାକୁ ରାଜି ହୋଇଥିଲି। ମୁଁ ବିଶ୍ୱାସ କରେ ରୋମାନ୍ସ ପାଇଁ କୌଣସି ବୟସ ନଥାଏ।

Leave A Reply

Your email address will not be published.