ମାର୍ଚ୍ଚ ସୁଦ୍ଧା ସରିବ ଢେଙ୍କାନାଳ-କଟକ ଜାତୀୟ ରାଜପଥ କାମ: ନୀତୀନ ଗଡ଼କରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀର୍ଘ ବର୍ଷ ହେଲାଣି କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏହାରି ଭିତରେ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ (ଏନ୍‌ଏଚ୍‌) ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି।

ସଂଶୋଧିତ କାର୍ୟ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ବର୍ତ୍ତମାନ ସୁଦ୍ଧା ତାହାର ଚୂଡ଼ାନ୍ତ ହିସାବ କରାଯାଇ ନାହିଁ।

Leave A Reply

Your email address will not be published.