ଡିଆଇଜି ରାଜେଶ ପଣ୍ଡିତ ନିଲମ୍ବିତ; ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ନିଲମ୍ବନ ହେଲେ ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ।

ଏନେଇ ଗୃହ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି ହୋଇଛି । ଭାରତୀୟ ପୋଲିସ ସେବା ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜେଶଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ରେ ଘଟିଥିବା ଘଟଣା ନେଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଗୃହ ବିଭାଗ ସୂଚନା ଦେଇଛି । ରାଜେଶ ପଣ୍ଡିତ ନିଲମ୍ବନ ଅବଧିରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ।

ପୁଲିସ ଡିଜିଙ୍କ ବିନା ଅନୁମତିରେ ସେ ହେଡ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ ତାରିଖ ରାତିରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.