ଏହି ରାଜ୍ୟରେ ପାଳନ କରାଯାଏ ନାହିଁ ଦୀପାବଳି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀପାବଳି ହେଉଛି ଆଲୋକର ପର୍ବ। ଏହି ଦିନର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି। ତେଣୁ ଭାରତର ଅନେକ ରାଜ୍ୟରେ ଆଲୋକର ପର୍ବ ଦୀପାବଳି ବେଶ୍‌ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଥାଏ। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ରାଜ୍ୟ ଅଛି ଯେଉଁଠି ଦୀପାବଳି ପାଳନ କରାଯାଏ ନାହିଁ। ଅନ୍ୟ ରାଜ୍ୟର ଲୋକମାନେ ଉତ୍ସାହର ସହିତ ଏହି ଆଲୋକର ପର୍ବକୁ ଅପେକ୍ଷା କରନ୍ତି। କିନ୍ତୁ ଭାରତରେ ଏପରି ସ୍ଥାନ ଅଛି ଯେଉଁଠାରେ ଦୀପାବଳି ପାଳନ କରାଯାଏ ନାହିଁ। ଜାଣନ୍ତୁ କେଉଁ ଜାଗାରେ ଏହି ଦୀପାବଳି ପାଳନ କରାଯାଏ ନାହିଁ।

ଦୀପାବଳି ଦକ୍ଷିଣ ଭାରତର କେରଳ ରାଜ୍ୟରେ ପାଳନ କରାଯାଏ ନାହିଁ। କେରଳର ଲୋକମାନେ ଦୀପାବଳି ବ୍ୟତୀତ ସମସ୍ତ ପର୍ବକୁ ଉତ୍ସାହ ଉଦ୍ଦୀପନା ସହ ପାଳନ କରୁଥିବା ବେଳେ ଦୀପାବଳିରେ କିଛି କରନ୍ତି ନାହିଁ। କେବଳ କୋଚିରେ ଦୀପାବଳି ପାଳନ କରାଯାଏ। କେରଳରେ ଦୀପାବଳି ପାଳନ ନ କରିବାର ଅନେକ କାରଣ ଅଛି। କେରଳରେ ମହାବଳି ଶାସନ କରୁଥିଲେ। ତେଣୁ ତାଙ୍କୁ ପୂଜା କରାଯାଏ। ପରାଜୟ ଭୟରେ ଆଜି ବି ଦୀପାବଳି ପାଳନ କରାଯାଏ ନାହିଁ।

ଆଉ ଏକ କାରଣ ହେଲା କେରଳରେ ହିନ୍ଦୁ ଧର୍ମର ଲୋକ କମ୍‌ ଅଛନ୍ତି। ଏହି କାରଣରୁ ଦୀପାବଳି ଏହି ରାଜ୍ୟରେ ପାଳନ କରାଯାଏ ନାହିଁ। ଏହି ସମୟରେ କେରଳରେ ବର୍ଷା ହୁଏ। ଯେଉଁଥିପାଇଁ ବାଣ ଏବଂ ଦୀପ ଜଳେ ନାହିଁ। ତେଣୁ ଏହି କାରଣ ପାଇଁ ଏଠି ଦୀପାବଳି ପାଳନ କରାଯାଏ ନାହିଁ ।

Leave A Reply

Your email address will not be published.