ଖଟ ଉପରେ ବସି କରନ୍ତୁ ନାହିଁ ଭୋଜନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :ଆଧୁନିକ ଜୀବନ ଶୈଳୀରେ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ନୀତିନିୟମରେ ପରିବର୍ତନ କରିଥାଉ । ପ୍ରଥମେ ଖାଦ୍ୟ ଖାଇବା ସମୟରେ ଲୋକେ ଚଟାଣରେ ଆସନ ପକାଇ ଭୋଜନ କରୁଥିଲେ । ଖାଦ୍ୟ ଖାଇବା ସମୟରେ ଅନ୍ୟ କାହା ସହ କଥାବାର୍ତା କରୁନଥିଲେ ।

ଖାଦ୍ୟ ଖାଇବାର ଅଭ୍ୟାସ ଓ ପ୍ରଣାଳୀ ଆମ ଗ୍ରହ ଉପରେ ପ୍ରଭାବ ପକାଇଥାଏ । ଖଟରେ ବସି ଭୋଜନ କରିବା ଦ୍ୱାରା ଅନ୍ନର ଅବମାନନା ହୋଇଥାଏ । ଖଟରେ ବସି କଦାପି ଭୋଜନ କରନ୍ତୁ ନାହିଁ । ଭୋଜନ କରିବା ସମୟରେ ଟିଭି ଦେଖନ୍ତୁ ନାହିିଁ । ବହି ପଢନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶ୍ୱାସନଳୀ ମଧ୍ୟରେ ଭୋଜନର ଅଂଶ ଯିବାର ଅଧିକ ସମ୍ଭାବନା ରହିଥାଏ ।

ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ହାତ ଓ ଗୋଡ଼ ଧୁଅନ୍ତୁ । ଶ୍ରୀଘ୍ର ଶ୍ରୀଘ୍ର ଖାଦ୍ୟ ଖାଆନ୍ତୁ ନାହିଁ । ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିିଁ । ଅତି ଆବଶ୍ୟକ ହେଲେ ସାମାନ୍ୟ ପିଇପାରିବେ । ସର୍ବଦା ବସିବା ଅବସ୍ଥାରେ ଭୋଜନ କରନ୍ତୁ । ଖାଦ୍ୟ ଖାଇବାର ୪୦ ମିନିଟ ପରେ ପାଣି ପିଅନ୍ତୁ । ଭୋଜନ  କରିବା ସମୟରେ କିଛି ଲୋକ ଥାଳିରେ ହାତ ଧୋଇଦିଅନ୍ତି ।

ଏହାଦ୍ୱାରା ମା ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ । ଚନ୍ଦ୍ର ଓ ଶୁକ୍ରଙ୍କ କୁପ୍ରଭାବ ପଡ଼ିଥାଏ । ଘରୁ ସୁଖ ସମୃଦ୍ଧି ହ୍ରାସ ପାଇଥାଏ ।  ଖାଦ୍ୟ ଖାଇବା ପରେ ଥାଳିରେ ବଳକା ଖାଦ୍ୟ ଛାଡ଼ନ୍ତୁ ନାହିଁ । ଖାଦ୍ୟ ଖାଇବା ସମୟରେ ପ୍ରଥମେ ମସ୍ତକରେ ଲଗାଇ ଭୋଜନ କରନ୍ତୁ, ଭୋଜନ  କରିବା ସମୟରେ ପୂର୍ବଦିଗକୁ ମୁହଁ କରି ଭୋଜନ କରନ୍ତୁ ।

Leave A Reply

Your email address will not be published.