ଆପଣଙ୍କ ଘରେ ବସା ବନ୍ଧୁଛିକି ପାରା? ଜାଣନ୍ତୁ ଏହା କେଉଁ ସଂକେତ ଦେଇଥାଏ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଅନେକ ଥର ଆପଣ ଦେଖିଥିବେ ଯେ ପକ୍ଷୀ କିମ୍ବା ପାରା ଆପଣଙ୍କ ଘରର ଛାତ ଉପରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ନିଜ ବସା ତିଆରି କରନ୍ତି। ଘରର ଅପରିଷ୍କାର ହେବା ଭୟରେ ଆମେ ପ୍ରାୟତଃ ସେମାନଙ୍କ ଘଉଡାଇ ଦେଇଥାଉ। କିନ୍ତୁ ଆପଣ ବୋଧହୁଏ ଜାଣନ୍ତି ନାହିଁ ଘରେ ଏହିପରି ପକ୍ଷୀମାନଙ୍କର ଆସିବା ଅନେକ ଶୁଭ-ଅଶୁଭ ପ୍ରଭାବ ଆଣିଥାଏ । ତେବେ ଚାଲନ୍ତୁ ଜାଣିବା ଘରେ ପାରା ଆସିବାର ସଙ୍କେତ କଣ ହୋଇଥାଏ।

ଘରେ ପାରା ବସା ବାନ୍ଧିବା :
ଘରେ ପାରା ବସା ତିଆରି କରିବା ଦ୍ୱାରା ଅଶୁଭ ବୋଲି ବିବେଚନା କରାଯାଏ। ଏହି କାରଣରୁ ପରିବାରର ସୁଖ-ଶାନ୍ତି ଭଙ୍ଗ ହେବା ସହ ଘରେ ଦାରିଦ୍ର୍ୟତା ଆସିଥାଏ। ପାରା ବସା ତିଆରି କରିବା ଦ୍ୱାରା ଘରେ ମଇଳା ହୋଇଥାଏ ଏବଂ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ।

ଘରେ ପାରା ଘୁମୁରିବା :
ଯଦି ପାରା ବେଳେବେଳେ ଘରେ ଆସି ଘୁମୁରୁ ଥାଏ ତେବେ ଏହା ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। ଏହା ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ। ସକାଳେ ପାରା ଘରକୁ ଆସିବା ଧନ ଲାଭର ସଙ୍କେତ ହୋଇଥାଏ।

ପାରା ଦାନା ଖାଉଥିବାର ଦେଖିବା :
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ପାରା ଦାନା ଖାଉଥିବାର ଦେଖନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଘରେ ଧନ ବୃଦ୍ଧି ହେବାକୁ ଯାଉଛି। ଏହା ଘରେ ସୁଖ-ଶାନ୍ତି ଆଣିଥାଏ। ତେବେ ଛାତ ଉପରେ ପାରାକୁ ଖାଇବାକୁ ଦେବା ପରିବର୍ତ୍ତେ ବାଲକୋନି କିମ୍ବା ପ୍ରାଙ୍ଗଣରେ ଖାଦ୍ୟ ଏବଂ ପାଣି ରଖନ୍ତୁ। ଏହା କରିବା ଦ୍ୱାରା ବୁଧ ଗ୍ରହ ଶକ୍ତିଶାଳୀ ହଅନ୍ତି।

Leave A Reply

Your email address will not be published.