ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ପବିତ୍ର ଦେବସ୍ନାନ ପୂର୍ଣିମା। ଆଜିର ଦିନରେ ଜଗତର ନାଥ ଜଗନ୍ନାଥ ମହାସ୍ନାନ କରି ଥାଆନ୍ତି । ଦେବସ୍ନାନ ପୂର୍ଣିମାର ଠିକ ୧୫ ଦିନ ପରେ ବିଶ୍ୱବିଖ୍ୟାତ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ କରି ଥାଆନ୍ତି। ଯାହା କି ବିଶ୍ୱ ଦରବାର ରେ ଭାରତ କୁ ଦେଇଛି ଗୋଟିଏ ସ୍ୱତନ୍ତ୍ର ପରିଚୟ।
ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷରେ ଦେବସ୍ନାନ ପୁର୍ଣିମା ବା ଜ୍ୟେଷ୍ଠ ପୁର୍ଣିମା ଅନୁଷ୍ଠିତ ହୋଇଥାଏ । ଆଜିର ଦିନରେ ମହାପ୍ରଭୁ ୧୦୮ ଜଳରେ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଙ୍କ ସହିତ ସ୍ନାନ ବେଦି ରେ ମହସ୍ନାନ କରି ଥାଆନ୍ତି । ଅତ୍ୟଧିକ ସ୍ନାନ କାରଣରୁ ତାଙ୍କୁ ଜ୍ୱର ହୋଇଥାଏ । ଦେବସ୍ନାନ ପୂୁର୍ଣିମା ର ପରଦିନ ଠାରୁ ଆଷାଢ଼ ମାସ ର ଆରମ୍ଭ ହୋଇଥାଏ।
ଆଜି ଭଳି ପବିତ୍ର ଦିନରେ ଏହି ସବୁ ଉପାୟ କଲେ ଅନେକ ଲାଭ ମିଳିଥାଏ,
-ଯଦି ଦାମ୍ପତ୍ୟ ଜୀବନ ରେ ବିଭିନ ବାଧା ଦେଖା ଦେଉଛି ତେବେ ଆଜିର ଦିନରେ ବିଷ୍ଣୁ ମନ୍ଦିର ରେ ସ୍ୱାମୀ ସ୍ତ୍ରୀ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
– ବିବାହିତ ନାରୀ ମାନେ ଆଜିର ଦିନରେ ଯଦି ଗୋଟିଏ ଲୋଟା ପାଣି ରେ ଦୁଗ୍ଧ ଓ କୌଣସି ମିଠା ଜିନିଷ ପକାଇ ଓସ୍ତ ବୃକ୍ଷକୁ ସମର୍ପଣ କରନ୍ତୁ ଏହାଦ୍ୱାରା ଋଣ ମୁକ୍ତି ହେବ।
– ଆଜିର ଦିନରେ ଯଦି ଯଦି ବିଷ୍ଣୁ ଙ୍କ ଶରୀରରେ ଚନ୍ଦନ ଲେପ କରାଯାଇ ଥାଏ , ତେବେ ଐସ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।
-ଆଜିର ଦିନରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ ସେହି ଜଳରେ ରକ୍ତ ଚନ୍ଦନ ମିଶାଇ ଅର୍ପଣ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟ ଦେବଙ୍କ କୃପା ଲାଭ ହୋଇଥାଏ ।
-ଆଜିର ଦିନଟି ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ୧୧ ଗୋଟି କଉଡ଼ି ଦୁବ ଘାସ ସହିତ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନ ର ସମସ୍ତ ବିଘ୍ନ ଦୂର ହେବ ।
-ଶ୍ରୀ ଜଗନ୍ନାଥଙ୍କର ତୁଳସୀ ଖୁବ ପ୍ରିୟ ଅଟେ । ତେଣୁ ଆଜିର ଦିନରେ ଯଦି ଆପଣ ଭଗବାନ ଙ୍କୁ ତୁଳସୀ ଅର୍ପଣ କରିବା ସମୟରେ ଜଗନ୍ନାଥ ସହସ୍ର ନାମ ପାଠ କରିବେ ତେବେ ଜୀବନ ର ସମସ୍ତ ସଙ୍କଟ ଦୂର ହେବ ।