ଭାରତ-ପାକିସ୍ତାନ ଯୁଦ୍ଧ, ମାଧ୍ୟ୍ୟସ୍ଥତା କରିବେ ଡୋନାଲଡ ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା । ପରସ୍ପରକୁ ଆକ୍ରମଣ ବନ୍ଦ କରିବାକୁ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ‘ଭାରତ-ପାକିସ୍ତାନ ଯେସାକୁ ତେସା ନୀତି ଆପଣାଇଛନ୍ତି’ । ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ-ପାକିସ୍ତାନକୁ ଅପିଲ । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପରିସ୍ଥିତି “ଅତ୍ୟନ୍ତ ଗମ୍ଭୀର” । ଆଶା କରୁଛୁ ଯେ ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ଏକ ଶାନ୍ତିପୂର୍ଣ୍ଣ ସମାଧାନ ହେବା ଦରକାର। ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତୀୟ ସେନା କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ବୟାନ ଆସିଛି ।

ପାକିସ୍ତାନର ବାହାବଲପୁର ସମେତ ଜୈଶ-ଏ-ମହମ୍ମଦର ଆଡ୍ଡାସ୍ଥଳୀ ଥିବା ଅନେକ ଅଞ୍ଚଳରେ ଭାରତୀୟ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଥିଲା। ଏହି ସମୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଭାରତ ଏବଂ ପାକିସ୍ତାନକୁ ସର୍ବାଧିକ ସାମରିକ ସଂଯମତା ଅବଲମ୍ବନ କରିବାକୁ ଅପିଲ୍ କରିଛନ୍ତି। ତାଙ୍କ ମୁଖପାତ୍ର କହିଛନ୍ତି ଯେ ବିଶ୍ୱ ଭାରତ-ପାକିସ୍ତାନ ମଧ୍ୟରେ ଏକ ସାମରିକ ସଂଘର୍ଷ ବେଶି ଦିନ ଚାଲିବା ଠିକ୍ ନୁହେଁ ।

Leave A Reply

Your email address will not be published.