ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅଧିକାଂଶ ମହିଳାମାନେ ଫେସିଆଲ କରିବାକୁ ଅଧିକ ଭଲ ପାଆନ୍ତି । ଫେସିଆଲ କରିବା ଦ୍ୱାରା ତ୍ୱଚା ସୁନ୍ଦର, ଆକର୍ଷଣୀୟ ଦେଖାଯିବ ସହ ମୃତ କୋଷ ମଧ୍ୟ ବାହାରି ପଡ଼ିଥାଏ । ଯାହା ଦ୍ୱାରା ଆମ ମୁର୍ହରେ ଚମକ ସୃଷ୍ଟି ହୋଇଥାଏ । ବିବାହ ହେଉ କି କୌଣସି ପାର୍ଟି ଫଙ୍କସନକୁ ଯିବାର କିଛି ଦିନ ବା ଘଣ୍ଟା ପୂର୍ବରୁ ଫେସିଆଲ ହୁଅନ୍ତି ମହିଳା ମାନେ । ଏମିତିରେ ଆମ ଆଖପାଖ ପରିବେଶ, ପାଣି ଯୋଗୁଁ ମଧ୍ୟ ଆମ ତ୍ୱଚାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେବା ଆରମ୍ଭ କରିଥାଏ । ତେଣୁ ସ୍କିନକୁ ଡଲ ହେବାରୁ ବଞ୍ଚାଇବା ପାଇଁ ଫେସିଆଲ କରାଇଥାନ୍ତି । ପ୍ରତି ମାସରେ ଫେସିଆଲ କରାଇବା ନିହାତି ଜରୁରୀ ହୋଇଥାଏ । କିନ୍ତୁ କେତେକେ ଅଛନ୍ତି ଫେସିଆଲ୍ କରିବା ସତ୍ତେ୍ୱ ତାଙ୍କ ମୁହଁରେ ଗ୍ଲୋ ଦେଖାଯାଇ ନ ଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ…
ମୁହଁରେ ବାରମ୍ବାର ହାତ ମାରିବା
ଫେସିଆଲ୍ ପରେ ଯଦି ଆପଣ ନିଜ ମୁହଁରେ ବାରମ୍ବାର ହାତ ମାରୁଛନ୍ତି ତେବେ ହାତରେ ଥିବା ସଂକ୍ରମଣ ସ୍କିନରେ ପହଞ୍ଚିଥାଏ । ଫଳରେ ମୁଖବ୍ରଣ ସମସ୍ୟା ଦେଖାଯିବା ଆଶଙ୍କା ରହିଛି ।
ମେକଅପ୍ କରିବା
ସବୁବେଳେ ଗୋଟିଏ କଥା ଧ୍ୟାନରେ ରଖନ୍ତୁ ଯେ ଫେସିଆଲ୍ ପରେ ତୁରନ୍ତ ମେକଅପ୍ ନିଅନ୍ତୁ ନାହିଁ । ଏହାଦ୍ୱାରା ସ୍କିନରେ କ୍ଷତି ହୋଇପାରେ । ଏଥିପାଇଁ ଭଲ ହେବ ଯଦି ଆପଣଙ୍କୁ କୌଣସି ଫଙ୍କସନକୁ ଯିବାର ଥାଏ ତେବେ ଏହାର ୩ ଦିନ ପୂର୍ବରୁ ଫେସିଆଲ୍ କରାଇ ନିଅନ୍ତୁ । ଏମିତି କରିବା ଦ୍ୱାରା ଫେସିଆଲ ପରେ ଓପନ ପୋର୍ସକୁ ମେକଅପ୍ କେମିକାଲଠୁ ସ୍କିନକୁ ରକ୍ଷା କରିହେବ ।
ଫେସୱାଶ୍ କିମ୍ବା ସ୍କ୍ରବ୍ କରନ୍ତୁ ନାହିଁ
ଫେସିଆଲ୍ କରିବାର ୪-୬ ଘଣ୍ଟା ମଧ୍ୟରେ ଫେସୱାଶ୍ କିମ୍ବା ସ୍କ୍ରବ୍ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଭାବୁଥାନ୍ତି ମୁହଁକୁ ଧୋଇବା ଆବଶ୍ୟକ ବୋଲି ତେବେ ମୁହଁକୁ କେବଳ ଖାଲି ପାଣିରେ ହିଁ ଧୋଇଦିଅନ୍ତୁ । ଧ୍ୟାନରଖନ୍ତୁ ମୁହଁକୁ ପୋଛିବା ସମୟରେ ଟାଓ୍ବେଲକୁ ମୁହଁରେ ରଗଡ଼ନ୍ତୁ ନାହିଁ । ଏମିତି କରିବା ଦ୍ୱାରା ସ୍କିନ୍ ଡ୍ୟାମେଜ୍ ହୋଇପାରେ ଫେସିଆଲର ପ୍ରଭାବ କମ୍ ହୋଇଯିବା ଆଶଙ୍କା ରହିଛି ।
ଖରାରେ ବାହାରକୁ ବାହାରନ୍ତୁନି
ଫେସିଆଲ୍ କରିବା ପରେ ତୁରନ୍ତ ଖରାକୁ ବାହାରନ୍ତୁ ନାହିଁ । ଫେସିଆଲ୍ ପରେ ତ୍ୱଚା ବହୁତ ନମନୀୟ ରହିଥାଏ । ଧୂଳି,ଖରା ଆଦି ତ୍ୱଚା ଲାଗି ହାନିକାରକ ହୋଇପାରେ । ଏଥିପାଇଁ କୌଣସି ପ୍ରକାର ଆଲର୍ଜିଠାରୁ ଦୂରେଇ ରହିବାକୁ ହେଲେ ଫେସିଆଲ୍ ପରେ ଖରାକୁ ବାହାରନ୍ତୁ ନାହିଁ ।
ୱାକସିଂ କରନ୍ତୁ ନାହିଁ
ଯଦି ଆପଣ ୱାକସିଂ କରିବାକୁ ଭାବୁଥାନ୍ତି ତେବେ ଭଲ ହେବ ଫେସିଆଲ ପୂର୍ବରୁ ଏହାକୁ କରାଇ ନିଅନ୍ତୁ । କାରଣ ଫେସିଆଲ୍ କରିବା ପରେ ସ୍କିନ୍ ବହୁତ ସେନସିଟିଭ ରହିଥାଏ । ଏମିତିରେ ଯଦି ଆପଣ ମୁହଁରେ ୱାକସିଂ କରିବାକୁ ଭାବୁଥାନ୍ତି ଏହା ସ୍କିନକୁ ଡ୍ୟାମେଜ୍ କରିବାର ଯଥେଷ୍ଟ ଆଶଙ୍କା ରହିଛି ।