ବୁଡ଼ାଜାହାଜରେ ସମୁଦ୍ରରେ ଯାତ୍ରା କଲେ ରାଷ୍ଟ୍ରପତି

0

ଓଡ଼ିଆ ନ୍ୟୁଜ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଏବଂ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର, ରବିବାର କର୍ଣ୍ଣାଟକ ଗସ୍ତରେ ଅଛନ୍ତି। କାରୱାର ନୌସେନା ଘାଟିରୁ, ଦ୍ରୌପଦୀ ମୁର୍ମୁ ପଶ୍ଚିମ ସମୁଦ୍ରକୂଳରେ ଏକ ଐତିହାସିକ ଯାତ୍ରା ପାଇଁ ଭାରତୀୟ ନୌସେନାର ସ୍ୱଦେଶୀ ଭାଭେ ବିକଶିତ କାଲଭାରୀ-ଶ୍ରେଣୀର ବୁଡ଼ାଜାହାଜ, INS ୱାଘଶୀରରେ ଯାତ୍ରା କରିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଯାତ୍ରା ଅନେକ ଦୃଷ୍ଟିରୁ ଐତିହାସିକ। ରାଷ୍ଟ୍ରପତି ମୁର୍ମୁ କାଲଭାରୀ-ଶ୍ରେଣୀର ବୁଡ଼ାଜାହାଜରେ ଯାତ୍ରା କରିଥିବା ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି। ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ବୁଡ଼ାଜାହାଜରେ ଯାତ୍ରା କରିଥିଲେ।

Leave A Reply

Your email address will not be published.