ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟରେ ଭରା ସୁଲେଇପାଟ ନଦୀବନ୍ଧ | ଯାହାକୁ ଓଡିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସୌର୍ଯ୍ୟ କଳିଙ୍ଗ ବୀର ବିଜୁ ପଟ୍ଟନାୟକ ସମୟରେ ୧୯୭୨ ମସିହାରେ ଭିତ୍ତିପ୍ରସ୍ତର ହୋଇଥିଲା | ଏଠିକାର ସୁନ୍ଦର ପରିବେଶ ସାଙ୍ଗକୁ ପାର୍କ ଓ ନଦୀବନ୍ଧ ଦେଖିବାପାଇଁ ପିକନିକ୍ ଋତୁରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ | ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ରାଇରଙ୍ଗପୁର ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା |
ଏଠାରୁ ଅନତିଦୂରରେ ଥିବା ଭାଲୁବସା ଗାଁ ଠାରୁ ମାତ୍ର ୧୦ କିମି ଦୂରରେ ପଡେ ସୁଲେଇପାଟ ନଦୀବନ୍ଧ | ଏହାର ପାଖାପାଖି ଦୁଇଟି ପାହାଡ ଲମ୍ବିରହିଛି | ଯାହାକି ଦେଖିବାକୁ ଲାଗେ ସୌନ୍ଦର୍ଯ୍ୟର ଅନୁପମା ଗନ୍ଥାଗାର | ଏହି ପିକନିକ ଋତୁରେ ସ୍ଥାନୀୟ ଲୋକେ, ସ୍କୁଲକଲେଜ ଛାତ୍ରଛାତ୍ରୀ ତଥା ଦୂରଦୂରାନ୍ତରୁ ପର୍ଯ୍ୟଟନ ମାନେ ଛୁଟି ଆସନ୍ତି ପ୍ରକୃତିର ଲାସ୍ୟମୟୀ ରୂପକୁ ଅନୁଭବ କରନ୍ତି | ସେଥିପାଇଁ କବି କହିଛନ୍ତି ସୁନ୍ଦର ରୂପ କୁ କି ତୁଳନା ଦେବି , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ | ବାସ୍ତବିକ ଏହା କହିବାର ଯଥାର୍ଥ ମନେ ହୁଏ | ସରକାର ଏହି ସ୍ଥାନକୁ ଆଉ ଅଧିକ ମଧୁମୟ କରିବା ପାଇଁ ଯୋଜନା କଲେ ଲୋକେ ଅଧିକ ଆନନ୍ଦ ଉପଭୋଗ କରିବେ ବୋଲି ସୂଚନା ମିଳିଛି |
ପୁଣି ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ତ ବାଦାମପାହାଡ ବନାଞ୍ଚଳ ତରଫରୁ ଏହି ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି | ଆମ ପ୍ରତିନିଧି ଯାଇ ଜଣେ ପର୍ଯ୍ୟଟକ କୁ ଏ ସ୍ଥାନ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ଏ ସ୍ଥାନ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ | ଏହାର ପରିବେଶ ମଧ୍ୟ ସୁନ୍ଦର | କିନ୍ତୁ ଏଠାରେ ବିଶେଷକରି ଛାତ୍ରଛାତ୍ରୀ ଆସୁଥିବାରୁ, ପାର୍କକୁ ଅଧିକ ସରସ ସୁନ୍ଦର କରିବା ଆବଶ୍ୟକ ମନେ ହୁଏ | ପୁଣି ଦେଖାଯାଉଛି ଅଳିଆ ଆବର୍ଜନା ଏଣେ ତେଣେ ପଡିରହୁଛି, ସେଥିପାଇଁ ସ୍ଥାନେ ସ୍ଥାନେ ଆବର୍ଜନାକୁଣ୍ଡ ହେଲେ ଭଲ ହୁଅନ୍ତା | ସେହିପରି ଏଠିକାର ନଦୀବନ୍ଧର ସୌଦର୍ଯ୍ୟ ର ରୂପମା ନାହିଁ କହିଲେ ଚଳେ | ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ରାଇରଙ୍ଗପୁରର କଚିଂ ସେଣ୍ଟର, ଅସନାର ଶ୍ରୀମା ଅରବିନ୍ଦ ବିଦ୍ୟାଳୟ ତଥା ଦୂରଦୁରାନ୍ତର ଯଥା ବାଦାମପାଦାଡ, ତିରିଂ, ବାଙ୍ଗିରିପୋଷି , ବିଶୋଇ , କରଂଜିଆ ରୁ ଲୋକେ ବୁଲିବାକୁ ଆସି ଆତ୍ମବିଭୋର ହୋଇପଡିଥିଲେ |