ଅଫଗାନିସ୍ତାନରେ ଭୂମିକମ୍ପ ଝଟକା, ୨୦ ମୃତ

0

ଓଡ଼ିଆ ନ୍ୟୁଜ୍: ଅଫଗାନିସ୍ତାନରେ ଭୂମିକମ୍ପ ଝଟକା, ୨୦ ମୃତ।ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ।୨୦ଜଣଙ୍କ ମୃତ୍ୟୁ ସମେତ ୧୦୦ରୁ ଅଧିକ ଆହତ।ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା।ପାକିସ୍ତାନ, କାବୁଲ ଓ ଦିଲ୍ଲୀ, ଗୁରୁଗ୍ରାମରେ ବି ଝଟ୍‌କା ଅନୁଭୂତ। ଗତକାଲି ରାତିରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଆଫଗାନିସ୍ତାନରେ ଅନେକ କ୍ଷୟକ୍ଷତି ହୋଇଛି। ରାତି ୧୨:୪୭ ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମାପ କରାଯାଇଥିଲା।

ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରରୁ ପ୍ରାୟ ୨୭ କିଲୋମିଟର ଦୂରରେ, ଭୂପୃଷ୍ଠରେ ୮ କିଲୋମିଟର ଗଭୀରତାରେ ଥିଲା। ଭୂକମ୍ପ ଯୋଗୁ ନାଙ୍ଗରହାର ପ୍ରଦେଶରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ରାସ୍ତା ଏବଂ ଘରଗୁଡ଼ିକରେ ଫାଟ ଦେଖାଦେଇଛି।ନାଙ୍ଗରହାର ଜନସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର ନକିବୁଲ୍ଲା ରହିମିଙ୍କ ଅନୁଯାୟୀ, ଭୂକମ୍ପରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସର୍ବାଧିକ କ୍ଷତି ଦାରା-ଏ-ନୂର ଜିଲାର ସାଟିନ ଗାଁରେ ହୋଇଛି, ଯେଉଁଠାରେ ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି।

Leave A Reply

Your email address will not be published.