ଇଣ୍ଡୋନେସିଆରେ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୬୮କୁ ବୃଦ୍ଧି, ୧୫୧ ଏବେ ବି ନିଖୋଜ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପରେ ବଡ ଧରଣର ଅଘଟଣ ଘଟିଛି। ଏଠାରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୬୮ କୁ ବୃଦ୍ଧି ପାଇଥିବାବେଳେ ୧୫୧ ଜଣ ନିଖୋଜ ଥିବା ସୂଚନା ମିଳିଛି। ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ପୃଥିବୀ ଅନେକ ମିନିଟ୍ ପର୍ୟ୍ୟନ୍ତ କମ୍ପୁଥିଲା। ଆମେରିକାର ଭୂତତ୍ୱ ସର୍ବେକ୍ଷଣ ଅନୁଯାୟୀ ପଶ୍ଚିମ ଜାଭା ପ୍ରଦେଶର ସିଆନଜୁର ଅଞ୍ଚଳରେ ଏହି ଭୂକମ୍ପ ୧୦ କିଲୋମିଟର (୬.୨ ମାଇଲ) ଗଭୀରରେ ରହିଥିଲା।

ଇଣ୍ଡୋନେସିଆର ଜାତୀୟ ବିପର୍ୟ୍ୟୟ ପ୍ରଶମନ ଏଜେନ୍ସିର ମୁଖ୍ୟଙ୍କ ଅନୁଯାୟୀ, ବର୍ତ୍ତମାନ ପର୍ୟ୍ୟନ୍ତ ୨୬୮ ଜଣଙ୍କର ଭୂକମ୍ପରେ ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଥିବାବେଳେ ୧୫୧ ଜଣ ନିଖୋଜ ଅଛନ୍ତି। ଅଧିକାରୀ କହିଛନ୍ତି ଯେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ୨୨ ହଜାର ଘର ନଷ୍ଟ ହୋଇଯାଇଛି। ପ୍ରକୃତିର ଏହି ଆକ୍ରମଣରେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସିଆନଜୁର ସହର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ଆମେରିକାର ଭୂତତ୍ୱ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପଶ୍ଚିମ ଜାଭା ର ସିଆନଜୁର ସହରରେ ଥିଲା। ଏହି ୫.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପର କେନ୍ଦ୍ର ପୃଥିବୀଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ଥିଲା। ଯେଉଁଠାରେ ଭୂକମ୍ପ ଘଟିଥିଲା ସେହି ଅଞ୍ଚଳରେ ଅଧିକ ଜନବହୁଳ ଜ୍ଝ ଏଠାରେ ସର୍ବଦା ଭୂସ୍ଖଳନ ହେବାର ସମ୍ଭାବନା ଥାଏ ଜ୍ଝ ପୃଥିବୀ କମ୍ପନ ହେତୁ ଅନେକ ଅଟ୍ଟାଳିକା ଭୁଶୁଡି ପଡିଛି। ଲୋକଙ୍କୁ ଅଟ୍ଟାଳିକାର ଆବର୍ଜନାରୁ ବାହାର କରିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଛି।

Leave A Reply

Your email address will not be published.