ଓଡ଼ିଆ ନ୍ୟୁଜ୍: ପାକିସ୍ତାନରେ ଭୂମିକମ୍ପ ଝଟକା । ଥରିଲା ପଡ଼ୋଶୀ ଦେଶ । ସୋମବାର ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ତେବେ ଭୂମିକମ୍ପ ନେଇ କୌଣସି କ୍ଷୟକ୍ଷତି ସୂଚନା ସାମ୍ନାରୁ ଆସିନାହିଁ ।
ନ୍ୟାଶନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ସୋମବାର ଅପରାହ୍ଣ ପ୍ରାୟ ୪ଟା ୦୬ ସେକେଣ୍ଡରେ ଭୂମିକମ୍ପ ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳ ୩୬.୬୦ ଉତ୍ତର ଅକ୍ଷାଂଶ ଓ ୭୨.୮୯ ପୂର୍ବ ଦ୍ରାଘିମା ରେଖାରୁ ୧୦ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଭୂମିକମ୍ପ ଝଟକା ଆଫଗାନିସ୍ତାନ ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପରେ ପଡ଼ୋଶୀ ଦେଶ ଥରିବା ପରେ ଭୟଭୀତ ହୋଇଯାଇଛନ୍ତି ଲୋକେ । ହେଲେ କୌଣସି ଜୀବନ ହାନିର ସୂଚନା ଏଯାଏଁ ମିଳିନାହିଁ ।