ଭାରତରେ ଦୁଷ୍କର୍ମ ଘଟଣା ପାଇଁ ପର୍ଣ୍ଣ ଭିଡିଓ ଦାୟୀ ବୋଲି କହିଛନ୍ତି ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସଙ୍ଘଭୀ। ହର୍ଷଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ବଢିଛି। ମୋବାଇଲରେ ଅତି ସହଜରେ ପର୍ଣ୍ଣ ଭିଡିଓ ଉପଲବ୍ଧ ହେଉଥିବାରୁ ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟୁଛି ବୋଲି ସେ କହିଛନ୍ତି।ଖାଲି ସେତିକି ନୁହେଁ, ଦୁଷ୍କର୍ମ ବଢିବାର ଆଉ ଏକ କାରଣ ହେଉଛି ଏଥିରେ ପରିବାର ସଦସ୍ୟ ଓ ପଡୋଶୀଙ୍କ ସାମିଲ ହେବା । ଯାହାକି ଆମ ସମାଜ ପାଇଁ ଏକ କଳଙ୍କ ବୋଲି ସେ କହିଛନ୍ତି। ଜଣାଶୁଣା ଲୋକ ହିଁ ଜଣେ ବଢ଼ିଲା ଝିଅ ସହ ଏପରି ଅମାନବୀୟ କାଣ୍ଡ ଘଟାଉଥିବା ସର୍ଭେରୁ ଜଣାପଡ଼ିଛି।ଆମେ ଦୁଷ୍କର୍ମ ପାଇଁ ସବୁବେଳେ ପୋଲିସକୁ ଦାୟୀ କରୁଛେ । ହେଲେ ଏମିତି ଘଟଣାରେ କେବଳ ପୋଲିସକୁ ହିଁ ଦାୟୀ କରିଦେଲେ ହେବନାହିଁ । ଆମ ଦେଶରେ ଗୁଜରାଟ ସବୁଠୁ ସୁରକ୍ଷିତ । ହେଲେ ଜଣେ ବାବା, ନିଜ ଛୋଟ ଝିଅକୁ ଦୁଷ୍କର୍ମ କରିବା ପଛରେ ମୋବାଇଲ ହିଁ କାରଣ ବୋଲି ଗୁଜରାଟ ଗୃହମନ୍ତ୍ରୀ କହିଛନ୍ତି ।