ସତ ଓଗାଳିଲେ ନିରଞ୍ଜନ ସେଠୀ, କ୍ରାଇମ୍‌ ପରେ ୧୦ ହଜାର ଟଙ୍କା ଓ ଗାଡ଼ି ଦେଇ ଶର୍ମିଷ୍ଠାଙ୍କୁ ଫେରାର୍‌ କରାଇଥିଲେ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି । କ୍ରାଇମବ୍ରାଞ୍ଚ ହାତରେ ନୂଆ ନୂଆ ସୁରାକ୍‌ । ଜେରା ବେଳେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ । କ୍ରାଇମ୍‌ ପରେ ଶର୍ମିଷ୍ଠାଙ୍କୁ ଫେରାର୍‌ କରାଇଥିଲେ । ୧୦ ହଜାର ଟଙ୍କା ଓ ଗାଡ଼ି ଯୋଗାଇଥିଲେ ନିରଞ୍ଜନ । ତାଙ୍କ ସହୟତାରେ ଓଡ଼ିଶା ଡେଇଁ କୋଲକାତାରେ ଆତ୍ମଗୋପନ କରିଥିଲେ ଶର୍ମିଷ୍ଠା ଓ ସହଯୋଗୀ । ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏହି ତଥ୍ୟ ଦେଇଛନ୍ତି ନିରଞ୍ଜନ ।

ରିମାଣ୍ଡର ଶେଷ ଦିନରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ଭିତିରି ସମ୍ପର୍କକୁ ନେଇ ଖୋଳତାଡ କରିଛନ୍ତି କ୍ରାଇମବ୍ରାଞ୍ଚ । ଦୁହିଁଙ୍କୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍‌ ଆଜି ପହଞ୍ଚିଥିଲା ଭୁବନେଶ୍ୱର ସ୍ଥିତ ସ୍କାଏ ଟାୱାରରେ ଥିବା ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସକୁ । ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ସେଠାରେ ଦୁହିଁଙ୍କୁ ଧରି କ୍ରାଇମସିନ୍‌ ରିକ୍ରିଏସନ୍‌ କରାଯାଇଥିଲା । ମାନସ ହତ୍ୟା ମାମଲାରେ ବହୁତ କଥା ମାନିଛନ୍ତି ନିରଞ୍ଜନ । ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଅପହରଣ କରି ଆଣିବା ଦିନ ସେ ସମ୍ପୂର୍ଣ୍ଣ ଅଫିସ ଆସିଥିଲେ । ସେଠାରେ ମାନସଙ୍କୁ ଆକ୍ରମଣ କରିଥିଲେ ନିରଞ୍ଜନ । ସେଦିନ କେଉଁଠି କଣ କରିଥିଲେ ଆଜି ସବୁ ଦେଖାଇଛନ୍ତି । ସେହିପରି ଶର୍ମିଷ୍ଠାଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଅଫିସ ପାଖରେ ଥିବା ଭଡ଼ାଘରକୁ ଯାଇଥିଲେ । ସେଠାରୁ ତାଙ୍କର ମୋବାଇଲ୍‌ ଫୋନ୍‌ ମିଳିଛି ।

Leave A Reply

Your email address will not be published.