ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ୩କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ କଲା ED

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ବାଜ୍ୟାପ୍ତ। ୩କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମାକାରୀଙ୍କ ଠାରୁ ସମବାୟ ସମିତି ମାଧ୍ୟମରେ ଟଙ୍କା ନେଇ ଠକେଇ ମାମଲାରେ ପିଏମଏଲଏ ଆଇନ ଅନୁଯାୟୀ ସଂପତ୍ତି ବାଜ୍ୟାପ୍ତ କରିଛି ଇଡି। ବାଜ୍ୟାପ୍ତ ସଂପତ୍ତି ମଧ୍ୟରେ କଟକ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଥିବା ୨୫ଲକ୍ଷର ଜମା ରହିଛି। ଏହା ସହ ନଏଡାରେ ଥିବା ମିଡିଆ ଗୁରୁ କନ୍‌ସଲ୍‌ଟାଣ୍ଟ ପ୍ରାଇଭେଟ ଲିମିଟେଡର ଏକ ସ୍ଥାବର ସଂପତ୍ତି ମଧ୍ୟ ବାଜ୍ୟାପ୍ତ ହୋଇଛି।

ସିସୋର ଗ୍ରୁପ ଅଫ୍‌ କଂପାନୀସ୍‌ ବିରୋଧରେ ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରିଂ ନେଇ ଅର୍ଥନୈତିକ ଅପରାଧ ଶାଖାର ଏଫଆଇଆର ଏବଂ ଚାର୍ଜସିଟ, ଓଡ଼ିଶା ପୋଲିସର ଏଫଆଇଆର ଏବଂ ଚାର୍ଜସିଟ ଓ ସିବିଆଇର ଚାର୍ଜସିଟ ଆଧାରରେ ସଂପତ୍ତି ବାଜ୍ୟାପ୍ତ କରିଛି ଇଡି। ଏହି ମାମଲା ପୂର୍ବରୁ ପ୍ରଭାତ ବିଶ୍ୱାଳ ଜେଲ ଯାଇଛନ୍ତି।.

Leave A Reply

Your email address will not be published.