ଆଗକୁ ପୌର ନିର୍ବାଚନ;୧୦ରେ ଇଲେକ୍ସନ କମିଶନଙ୍କ ସର୍ବଦଳୀୟ ବୈଠକ

0

ଆଗକୁ ଆସୁଛି ପୌର ନିର୍ବାଚନ। ଏନେଇ ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛି ରାଜ୍ୟ ନିର୍ବାଚନ କମିଶନ। ଅବାଧ ଏବଂ ସ୍ଵଚ୍ଛ ପୌର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିବା ନିର୍ବାଚନ କମିଶନ।  ୧୦ ତାରିଖ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ଅନୁମତି ଦିଆଯାଇଥିବା ଜଣାଯାଇଛି।

ସେପଟେ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ର୍ନିବାଚନ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ। ୫ଜଣଙ୍କୁ ନେଇ ପ୍ରାର୍ଥୀ ପ୍ରଚାର ହେଉଥିବାବେଳେ ଆଗକୁ ପ୍ରାର୍ଥୀଙ୍କ ସଂଖ୍ୟା ବଢିପାରେ। ଛୋଟ ଛୋଟ ଶୋଭାଯାତ୍ରା, ସଭା ସମିତିକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ ।ଆଜି ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆଦିତ୍ୟ ପାଢ଼ୀ।

 

Leave A Reply

Your email address will not be published.