୨୧ ଦିନିଆ ପାରୋଲରେ ସିର୍ସା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ

0

ବଳାତ୍କାର ଓ ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଥିବା ସିର୍ସା ଡେରା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କୁ ୨୧ ଦିନ ପାରୋଲ ମିଳିଛି। ସେ ରୋହତକ ସୁନାରିଆ ଜେଲରୁ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ସର୍ବପ୍ରଥମେ, ସିର୍ସା ଡେରାକୁ ଯିବା କଥା ସାମ୍ନାକୁ ଆସୁଛି | ଏହି କାରଣରୁ ପୋଲିସ ସୋମବାର ଜେଲ ପରିସରରେ ସୁରକ୍ଷା ବଢ଼ାଇ ଦେଇଛି। ପୋଲିସର ତତ୍ତ୍ୱାବଧାନରେ ରାମ ରହୀମକୁ ଜେଲରୁ ଗୁରୁଗ୍ରାମ ଡେରାକୁ ନିଆଯିବ। ପୋଲିସ ଅଧୀକ୍ଷକ ଉଦୟ ସିଂ ମୀନା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ତିନି ରାଉଣ୍ଡ  ବୈଠକ କରିଛନ୍ତି। ରାମ ରହୀମଙ୍କୁ ନେବା ପାଇଁ ଗୁରୁଗ୍ରାମ ପୋଲିସ ସୁନାରିଆ ଜେଲରେ ପହଞ୍ଚିଛି।

ସୂଚନାନୁସାରେ, ଗୁରୁଗ୍ରାମରେ ୨୧ ଦିନ ରହିବ ରାମ ରହୀମ। କଡା ସୁରକ୍ଷା ମଧ୍ୟରେ ଆଜି ଅପରାହ୍ନ ୪ ଟା ପରେ ତାକୁ ଡେରାକୁ ଅଣାଯିବ | ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୫୦ ରୁ ଅଧିକ ପୁଲିସ ନିୟୋଜିତ ହେବେ। କେବଳ ଏତିକି ନୁହେଁ, କୁଇକ୍ ରେସପନ୍ସ ଟିମ୍ ପୁରା ସମୟ କ୍ୟାମ୍ପ ବାହାରେ ଜଗିବେ | ରାମ ରହୀମଙ୍କ ସୁରକ୍ଷା ସମ୍ପର୍କରେ ପୋଲିସ କମିଶନର ଏବଂ ଯୁଗ୍ମ ପୋଲିସ କମିଶନରଙ୍କ ବୈଠକ ପରେ ଏହି କାର୍ଯ୍ୟକ୍ରମ ଜାରି କରାଯାଇଛି।

 

Leave A Reply

Your email address will not be published.