ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି

0

ଓଡ଼ିଆ ନ୍ୟୁଜ୍: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି।ଶୀଘ୍ର ଘୋଷଣା ହେବ ନିର୍ବାଚନ ତାରିଖ।ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ। ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୃତ୍ୟୁ ହେଲେ କିମ୍ବା ଇସ୍ତଫା ଦେଲେ କିମ୍ବା ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବେ କାର୍ଯ୍ୟ କଲେ ଉପରାଷ୍ଟ୍ରପତି ଦାୟିତ୍ୱ କିଏ ତୁଲାଇବେ ସେ ନେଇ ସମ୍ବିଧାନ ନିରବ ରହିଛି।

ଉପରାଷ୍ଟ୍ରପତି ଦେଶର ଦ୍ବିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ। ଯଦିଓ କାର୍ଯ୍ୟକାଳ ୫ ବର୍ଷ, ତଥାପି ଜଣେ ଉତ୍ତରାଧିକାରୀ ଦାୟିତ୍ୱ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି କାର୍ଯ୍ୟକାଳ ଶେଷ ହେବା ପରେ ପଦରେ ରହିପାରିବେ। ସମ୍ବିଧାନ ଅନୁଯାୟୀ ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଦାୟିତ୍ବ ତୁଲାଇଥାନ୍ତି। ତେଣୁ ଇସ୍ତଫା ଆଦି କାରଣରୁ ଏହି ପଦ ଖାଲି ପଡ଼ିଲେ ରାଜ୍ୟସଭାର ଉପାଧ୍ୟକ୍ଷ କିମ୍ବା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଅନ୍ୟ କୌଣସି ରାଜ୍ୟସଭା ସଦସ୍ୟ ସେହି ଦାୟିତ୍ବ ତୁଲାଇଥାନ୍ତି।

Leave A Reply

Your email address will not be published.