ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ ୪ ଗ୍ୟାଙ୍ଗଷ୍ଟର୍ଙ୍କୁ ପୋଲିସର ଏନ୍କାଉଣ୍ଟର। ବିହାରର ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ଏନ୍କାଉଣ୍ଟର।ଦିଲ୍ଲୀର ବାହାଦୂର ଶାହ ମାର୍ଗରେ ୪ ଜଣଙ୍କୁ ଏନ୍କାଉଣ୍ଟର।ପୋଲିସ ଉପରକୁ ଫାୟାରିଂ ବେଳେ ୪ ଅପରାଧୀ ନିପାତ।ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସର ଅପରେସନ୍। ଦୀର୍ଘଦିନ ଧରି ପୋଲିସ ଟାର୍ଗେଟ୍ରେ ଥିଲେ ୪ ଅପରାଧୀ। ‘ସିଗ୍ମା ଆଣ୍ଡ୍ କମ୍ପାନୀ’ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍।ବିହାର ନିର୍ବାଚନରେ ବିସ୍ଫୋରଣ ଯୋଜନା କରୁଥିଲା ଗ୍ୟାଙ୍ଗ୍।
ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆ Xରେ ଏନ୍କାଉଣ୍ଟରର ଏକ ଭିଜୁଆଲ ଜାରି କରାଯାଇଛି। ଯେଉଁଠାରେ ରାତି 2.20ରେ ୪ଜଣ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଏବଂ ବିହାର ପୋଲିସ ଟିମ୍ ମଧ୍ୟରେ ଗୁଳିବିନିମୟ ହୋଇଥିଲା।