ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ରାତାରାତି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ସୋମବାର କାଶ୍ମୀର ପୋଲିସ ଏହି ସୂଚନା ଦେଇଛି। ରବିବାର ରାତିରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରିଯିବା ପରେ ସେଠାରେ ଏକ ଏନକାଉଣ୍ଟର ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ପୋଲିସର ସୂଚନାନୁସାରେ, ସୋମବାର ସକାଳେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।
କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ରବିବାର ରାତିରେ କହିଛନ୍ତି ଯେ, ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସେ କହିଛନ୍ତି ଯେ କନଷ୍ଟେବଳ ରିୟାଜ ଅହମ୍ମଦଙ୍କ ହତ୍ୟାକାରୀ ମଧ୍ୟ ଏହି ଏନକାଉଣ୍ଟରରେ ଜଡିତ ଅଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ରିୟାଜ ଅହମ୍ମଦଙ୍କୁ ମେ ୧୩ ରେ ପୁଲୱାମାରେ ହତ୍ୟା କରାଯାଇଥିଲା।
ଏହାପୂର୍ବରୁ ଜାମ୍ମୁ କାଶ୍ମୀର ପୋଲିସ କାଥୁଆ ଜିଲ୍ଲାର ସୀମାରୁ ଆସୁଥିବା ଡ୍ରୋନକୁ ଗୁଳି ଚଳାଇଥିଲା। ବାସ୍ତବରେ, କାଥୁଆ ଜିଲ୍ଲାର ରାଜବାଗ ପୋଲିସ ଷ୍ଟେସନ ଅଞ୍ଚଳର ତାଲି ହରିୟା ଚାକରେ ସୀମା ପାର୍ଶ୍ୱରୁ ଏକ ଡ୍ରୋନ୍ ଆସୁଥିବା ଦେଖିବାକୁ ମିଳିଥିଲା। ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ଡ୍ରୋନ୍ ସହିତ କିଛି ଜିନିଷ ମଧ୍ୟ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।