ତିର୍ତ୍ତୋଲ ବ୍ଲକ ରେ ମୋ ଘର ଯୋଜନାରେ କାର୍ଯ୍ୟାଦେଶ ଓ ଚେକ ବଣ୍ଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତିର୍ତ୍ତୋଲ ବ୍ଲକ ରେ ମୋ ଘର ଯୋଜନାରେ କାର୍ଯ୍ୟାଦେଶ ଓ ଚେକ ବଣ୍ଟନ |ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ପ୍ରଶାସନ ପକ୍ଷରୁ ମୋ ଘର ଯୋଜନାରେ ଜଗତସିଂହପୁର ଜିଲାରେ ସର୍ବାଧିକ ମୋ ଘର ଅନୁମୋଦନ ହୋଇଥିବା ସୂଚନା ମିଳିଛି |

ତିର୍ତ୍ତୋଲ ବ୍ଲକରେ ମୋ ଘର ଯୋଜନାରେ ୫୩ ଜଣ ହିତାଧିକାରୀ ମାନଙ୍କୁ ଅନୁମୋଦନ ମିଳିଛି | ଆଜି ୨ ଜଣ ହିତାଧିକାରୀ ଙ୍କୁ ପଞ୍ଜାବ ନେସନାଲ ବ୍ୟାଙ୍କରୁ ସାଂକ୍ସନ ଅର୍ଡର ଓ ୩ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି | ଜଡତିରା ପଂଚାୟତ ଜଡ଼ତିରା ଗ୍ରାମର ଇନ୍ଦ୍ରମଣି ପୃଷ୍ଟି ଓ ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ଡେରକଣା ଗ୍ରାମର ଲଳିତ ମୋହନ ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଛି |

ଏଥିରେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବିଡ଼ିଓ ତପନ କୁମାର ସେନାପତି, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ, ବ୍ଲକ ପ୍ରକଳ୍ପ କୋଅଡିନେଟର (ଆରଏଚ) ପ୍ରିୟମ୍ବଦା ପଶାୟତ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ସିନିଅର ମ୍ୟାନେଜର କାନ୍ହୁ ଚରଣ ମହାରଣା, ଡେପୁଟି ମ୍ୟାନେଜେର ଦିପେନ କୁମାର ସୋୟ ପ୍ରମୁଖ ଉପସ୍ଥିତ ରହି ସାଂକ୍ସନ ଅର୍ଡର ଓ ଚେକ ପ୍ରଦାନ କରିଥିଲେ |

Leave A Reply

Your email address will not be published.