ଧାନକିଣା ବାବଦକୁ ଚାଷୀ ପାଇସାରିଲେଣି ୭୨୦୮ କୋଟି: ଯୋଗାଣମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଧାନକିଣା ଠିକ ଭାବେ ଚାଲିଛି, କଟନି ଛଟନି ହେଉନି। କାଁ ଭାଁ କେଉଁଠି ଯଦି କିଛି ସମସ୍ୟା ହେଉଛି ତାକୁ ସମାଧାନ କରାଯାଉଛି।  ବର୍ତ୍ତମାନ ସୁଦ୍ଧା ଆମର ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବର୍ତ୍ତମାନ ସୁଦ୍ଧା ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ ସରକାର କିଣି ସାରିଛନ୍ତି। ଯେଉଁଠି କଟନି ଛଟନି ଅଭିଯୋଗ ହେଉଛି ସେଠି ତୁରନ୍ତ ଆକ୍ସନ ନିଆଯାଉଛି।

କଟନି ଛଟନି ଯେଉଁଠି ହେଉଥିବ ସ୍ଥଳ ବିଶେଷରେ ସେମାନେ ସମଝୋତା କରି କଣ କରୁଥିବେ କିନ୍ତୁ ଆମ ଦୃଷ୍ଟିକୁ ତାହା ଆସୁନାହିଁ। ଯେଉଁଠି ଆସୁଛି ତାହା ଉପରେ ଆମେ ଆକ୍ସନ ନେଉଛୁ।  ଯେଉଁମାନେ କରୁଛନ୍ତି ତାଙ୍କୁ ନିଲମ୍ବିତ କରିବାକୁ ମୁଁ କଡ଼ା ନିର୍ଦ୍ଦେଶ ଦେଇଛି। ବର୍ଷା କାରଣରୁ କିଛି ସ୍ଥାନରେ ଧାନ ଡିସକଲର ହୋଇଯାଇଛି। କ୍ଷତିପୂରଣ ପାଇଥିବା ଚାଷୀ ସେହି ଧାନକୁ ମଣ୍ଡି ନେଇ ଆସୁଛନ୍ତି ଯେଉଁଥି ପାଇଁ ସମସ୍ୟା ହେଉଛି।

Leave A Reply

Your email address will not be published.