ଓଡ଼ିଆ ନ୍ୟୁଜ୍: ଚାଷୀ ପଞ୍ଜୀକରଣ ଅବଧି ବଢିବ କହିଲେ ମୁଖ୍ୟମନ୍ତ୍ରୀ।କେତେ ଦିନ ବଢ଼ିବ ଖୁବ୍ ଶୀଘ୍ର ଘୋଷଣା ହେବ କହିଲେ।ଆଉ ସପ୍ତାହେ ବଢ଼ାଇବାକୁ ପ୍ରସ୍ତାବ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେଭି। ଉପମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଛି, ଘୋଷଣା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
କେବଳ ଏହି ଗୋଟିଏ ପଦକ୍ଷେପରୁ ପଞ୍ଜୀକୃତ ଚାଷୀଙ୍କ ବାର୍ଷିକ ଆୟରେ ଅତି କମରେ ୩୮ ହଜାର ଟଙ୍କା ଯୋଡି ହୋଇଛି। ସୁଭଦ୍ରା ଯୋଜନାର ଦଶ ହଜାର ଏବଂ ପିଏମ ଓ ସିଏମ କିଶାନର ୧୦ ହଜାର ଟଙ୍କାକୁ ଯୋଡିବେ ତେବେ ସେମାନଙ୍କ ବାର୍ଷିକ ଆୟ ଅତି କମରେ ୫୮ ହଜାର ଟଙ୍କା ବୃଦ୍ଧି ପାଇଛି। କାରଣ, ପ୍ରାୟ ପ୍ରତ୍ଯେକ ସୁଭଦ୍ରା ହିତାଧିକାରୀ ହେଉଛନ୍ତି ଚାଷୀ ପରିବାରର। ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।