ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାନମଣ୍ଡି କାର୍ଯ୍ୟକ୍ଷମ ନେଇ ତାତିଲେ ଚାଷୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟସ୍ଥ ଖଲିଆପାଲି ପଞ୍ଚାୟତରେ ଧାନ ମଣ୍ଡି କାର୍ଯ୍ୟକ୍ଷମ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ ।ଯଦି ଜିଲ୍ଲାପାଳ ଶାଢେ 4 ଲକ୍ଷ ଲୋକଙ୍କ ଆତ୍ମା ଓ ପ୍ରକୁତ ସରକାର ଜନସାଧାରଣ ଓ ତାଙ୍କ ସେବକ ହେଉଛି ଜିଲ୍ଲାପାଳ ଯଦି ଜିଲ୍ଲାପାଳ ଚାଷୀଙ୍କ ସମସ୍ୟା ଟିକୁ ନିଜେ ହୃଦୟଙ୍ଗମ କରି ପାରୁ ନାହାଁନ୍ତି ତେବେ ସେହି ଚୌକିଟି କାହା ପାଇଁ ମୁଁ ଆଗରୁ କହିଛି ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲାର ଦ୍ଵିତୀୟ ଭଗବାନ ଯଦି ଭଗବାନ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ କି ତାଙ୍କର ସମସ୍ୟା ଉପରେ ବିଚାର ନକରିବ ତେବେ ଭକ୍ତମାନେ କାହିଁକି ଭଗବାନଙ୍କ ପାଖକୁ ଯାଇ ଦର୍ଶନ କରିବେ କାହିଁକି ଯଦି ଯେଉଁ ମନ୍ଦିରକୁ ଭକ୍ତ ଦର୍ଶନ କରିନ ଯିବେ ତେବେ ମନ୍ଦିରେ ରେ ଭଗବାନଙ୍କୁ କେହି ପଚାରିବେ ନାହିଁ l ଛୋଟ ସମସ୍ୟାଟିକୁ ପୁଣି ଚାଷୀଙ୍କ ସମସ୍ୟାଟିକୁ ଜିଲ୍ଲାପାଳ ବୁଝି ପାରୁ ନାହାଁନ୍ତି ପୁଣି ନିଜେ ହିଁ ଚାଷୀ ପରିବାରରୁ ହିଁ ଅଫିସର ହୋଇଥିବେ ନିଶ୍ଚିତଭାବେ l କିନ୍ତୁ ଚାଷୀଙ୍କୁ କାହିଁକି ହଇରାଣ କରୁଛନ୍ତି l ଯଦି ଚାଷୀଙ୍କ ସମସ୍ୟାର ସମାଧାନ କରିବାରେ ଧର୍ଯ୍ୟ ନାହିଁ ତେବେ ଚୌକି ଟି କାହା ପାଇଁ?
ଘଟଣାସ୍ଥଳରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆନ୍ଦୋଳନକାରୀ ଚାଷୀଙ୍କୁ ଉଠାଇ ନେଲା ପୋଲିସ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନିକଟସ୍ଥ ଖଲିଆପାଲି ପଞ୍ଚାୟତରେ ପ୍ରାୟ 10 ବର୍ଷ ହେଲା ଧାନକ୍ରୟ ପାଇଁ ସ୍ଥାୟୀ ମାର୍କେଟ ଗୃହ ନିର୍ମାଣ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଫଳରେ ଚାଷୀ କଣ୍ଟାମାଳ ମଣ୍ଡିରେ ଧାନବିକ୍ରି କରୁଛନ୍ତି । ଖଲିଆପାଲି ଅଞ୍ଚଳରେ ଥିବା ମଣ୍ଡି କାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ବାରମ୍ବାର ଯୋଗାଣ ଓ ସମବାୟ ବିଭାଗ ନିକଟରେ ଗୁହାରି କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ତେଣୁ ଆଜି (ସୋମବାର) ଶହଶହ ଚାଷୀ ଏକାଠି ହୋଇ କଣ୍ଟାମାଳ ମନମୁଣ୍ଡା ରାଜପଥକୁ ଅବରୋଧ କରିଥିଲେ ।କଣ୍ଟାମାଳରେ ଜିଲ୍ଲାପାଳ ଓ ଏସପିଙ୍କ ଜନଶୁଣାଣି ଥିବାରୁ କଣ୍ଟାମାଳ ପୋଲିସ ରାସ୍ତା ଅବରୋଧ କରିଥିବା ଚାଷୀଙ୍କୁ ବଳ ପ୍ରୟୋଗ କରି ଉଠାଇ ନେଇଥିଲା । ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେବାରେ କଣ୍ଟାମାଳ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣୀ ଶିବିରରେ ଶହ ଶହ ଚାଷୀ ଜିଲ୍ଲାପାଳnku ଯାଇ ଭେଟିଥିଲେ ଅଣ ଉପାୟ ଜିଲ୍ଲାପାଳ ବୌଦ୍ଧ ଖଲିଆପାଲି ଗ୍ରାମ ପଞ୍ଚାୟତରେ ଯେତେ ଚାଷୀ ଧାନ ବିକିବାର ଅଛି ସେମାନେ ଭାଲିଆ ପଦର ମଣ୍ଡିରେ ଶନିବାର ଓ ରବିବାର 2ଦିନ ଧରି ଉକ୍ତ ମଣ୍ଡିରେ ଧାନ ବିକ୍ରୟ କରିପାରିବେ ବୋଲି ପ୍ରତି ଶ୍ରୁତି ଦେବାରେ ଚାଷୀ ଆନ୍ଦୋଳନ ରୁ ଓହରି ଥିଲେ l ଆଗରୁ ଚାଷୀଙ୍କ କଥା ଜିଲ୍ଲାପାଳ କର୍ଣ୍ଣ ପାତ କରିଥିଲେ ଏତେ ବଡ଼ ସମସ୍ୟା ଆଜି ଉପୁଜି ନଥାନ୍ତା l