ଶିମିଳିପାଳରେ ହାତୀ ମୃତ୍ୟୁ ଅଭିଯୋଗ ଘଟଣା, କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଛି:ପିସିସିଏଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶିମିଳିପାଳ ହାତୀ ମୃତ୍ୟୁ ଅଭିଯୋଗ ନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲିଙ୍କ ପ୍ରତିକ୍ରିୟା । ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଜେନବିଲ ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଉକ୍ତ ଅଞ୍ଚଳରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିଲା ନାହିଁ ।

ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ କ୍ଲୁ ମିଳିଛି । କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଛି । ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ହାଡ଼ ଆଦି ଅବଶେଷକୁ ସେମାନେ ନିକଟର ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହା ଜଣା ପଡ଼ିବା ପରେ ୩ ବନ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।

ଘଟଣାସ୍ଥଳରେ ପୁନଶ୍ଚ ଯାଞ୍ଚ ପରେ କିଛି ହାଡ଼ ଖଣ୍ଡ ମିଳିଛି । ଏସବୁ ହାଡ଼ କୁ ଯାଞ୍ଚ ଲାଗି OUAT କୁ ନମୁନା ପଠାଯାଇଛି । OUAT ରୁ ରିପୋର୍ଟ ଆସିବା ପରେ ଘଟଣା ସତ ହୋଇଥିବା ନେଇ ଜଣାପଡ଼ିଲେ ବନ୍ୟପ୍ରାଣୀ ନିରାପତ୍ତା ଆଇନ୍ ଅନୁସାରେ ମାମଲା ରୁଜୁ କରାଯିବ । ଏହାସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସକୁ ମଧ୍ଯ ଆଜି ଘଟଣା ସ୍ଥଳକୁ ପଠାଯାଇଛି । ଆଠଗଡ଼ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣାରେ ଟାସ୍କ ଫୋର୍ସ ଗଠନ କରାଯାଇ ତଦନ୍ତ ଚାଲିଛି । ଅନଗୁଳ RCCFଙ୍କ ନେତୃତ୍ବରେ ଗଠିତ ଟିମ ତଦନ୍ତ ରିପୋର୍ଟ ଦେବାପରେ ଏହାକୁ ସରକାରଙ୍କ ପାଖରେ ରଖାଯିବ ।

Leave A Reply

Your email address will not be published.