ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଳମ୍ବିତ ରାତିରେ ଭୟଙ୍କର ସଡକ ଦୁର୍ଘଟଣା । ଏହି ଘଟଣାରେ ଅନେକ ଜଣ ଆହତ ହୋଇଥିବା ବେଳେ ୬ ଜଣ ମୃତ୍ୟୁ ହୋଇଛି। ଏକ ଦ୍ରୁତ ଗତିରେ ଆସୁଥିବା ରୋଡୱେଜ୍ ବସ୍ ଜନପୁରର ସମାଦଗଞ୍ଜର ରାୟବରେଲି ରାଜପଥ ନିକଟରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରାକ୍ଟରରେ ଥିବା ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଏହି ଦୁର୍ଘଟଣାରେ ବସ୍ରେ ଯାତ୍ରା କରୁଥିବା ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ପଠାଇଥିଲା। ପୋଲିସର ସୂଚନା ଅନୁସାର, ଗତକାଲି (ରବିବାର) ରାତି ପ୍ରାୟ 12.30 ସମୟରେ ୟୁପି ରୋଡୱେଜର ଏକ ବସ ପ୍ରୟାଗରାଜରୁ ଗୋରଖପୁର ଯାଉଥିଲା । ଏହି ସମୟରେ ଢଳେଇ କାମ ସାରି ଏକ ଟ୍ରାକ୍ଟର ଶ୍ରମିକମାନଙ୍କୁ ନେଇ ଫେରୁଥିଲା । ଏହା ମଧ୍ୟରେ ସିକରାରା ଅଞ୍ଚଳ ସମାଧଗଞ୍ଜ ବଜାର ପାଖରେ ବସ ଓ ଶ୍ରମିକ ଥିବା ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରାକ୍ଟରରେ ଥିବା 7 ଜଣ ଶ୍ରମିକଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ଘଟିଥିଲା ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଥିବା ବେଳେ ଟ୍ରାକ୍ଟର ତଲେ ଚାପି ହୋଇ ମୃତ୍ୟୁ ହୋଇଥିବା 2 ଜଣ ଶ୍ରମିକଙ୍କ ମୃତଦେହକୁ ବାହାର କରିବା ସହ ଅନ୍ୟ ତିନୋଟି ମୃତଦେହ ଉଦ୍ଧାର କରିଥିଲା । ଏହାସହ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ସିକରାରା ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସ ମୃତକଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି। ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହକୁ ପୋଲିସ ଜିଲ୍ଲା ଡାକ୍ତରଖାନାରେ ଅବସ୍ଥିତ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେଇଛି।