ରାଜ୍ୟରେ ଆହୁରି ୩ଦିନ ବର୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ଅଞ୍ଚଳରେ ତୁଷାରପାତର ତୀବ୍ରତା ହେତୁ ସମତଳ ଅଞ୍ଚଳରେ ପୁଣି ଥଣ୍ଡା ପାଗ ଫେରିଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଭଳି ରାଜ୍ୟରେ ଦିନ ବେଳା ଖରାର ଉତ୍ତାପ ରହୁଥିଲେ ମଧ୍ୟ ରାତି ବେଳା ଓ ସକାଳ ସମୟରେ ଶୀତର ପ୍ରକୋପ ଲାଗି ରହିଥିବା ଦେଖିବାକୁ ମିଳିଛି।୨୮ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୨୮ ତାରିଖ ପର୍ଯ୍ୟନ୍ତ ପାଗ କୋହଲା ରହିବ । ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ମଧ୍ୟ କମ୍ ରହିବ ।

ସେହିପରି ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ ଅନୁଯାୟୀ, ଫେବୃଆରୀ ୨୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୨୬ ଏବଂ ୨୭ ତାରିଖରେ ମଧ୍ୟ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର।ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ୧୦.୫ମିମି ବର୍ଷା ହୋଇଛି । ଭବାନୀପାଟଣାରେ ୭.୬ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ମିମି ବର୍ଷା ହୋଇଛି ।

ଗଞ୍ଜାମର ବେଲଗୁଣ୍ଠାରେ ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ ୩୮, ଦାରିଙ୍ଗିବାଡ଼ିରେ ୨୦ ଓ ଟିଟିଲାଗଡ଼ରେ ୧୫ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା କମିଛି । ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରହିଛି । ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି

Leave A Reply

Your email address will not be published.