ଦାବୀ ପରେ ବସ୍ତା NACର ମାନ୍ୟତା ପାଇଲା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୀର୍ଘ ଦଶନ୍ଧୀ ଦାବୀ ପରେ ବସ୍ତା NAC ର ମାନ୍ୟତା ପାଇଲା | ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଖୁସି ପ୍ରକାଶ କଲେ ବସ୍ତା ବାସୀ | ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ୩୧ଟି ପଂଚାୟତକୁ ନେଇ ଗଠିତ ଥିଲା ବେଳେ ଏହା ଏକ ଉପାନ୍ତ ବ୍ଲକ ଭାବରେ ରହିଆସୁଥିଲା |

ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଠିକରେ ଲୋକଙ୍କ ପାଖରେ ପହଂଚି ପାରୁନଥିଲା |ଉକ୍ତ ବ୍ଲକର ଅଧିବାସୀ ବିଭିନ୍ନ ସମୟରେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ | ରାସ୍ତାଘାଟ ଠାରୁ ଆରମ୍ଭ କରି ପିଇବା ପାଣି, ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିଲେ |ବସ୍ତାକୁ NAC ଭାବରେ ମାନ୍ୟତା ପ୍ରଦାନକରିବାକୁ ବସ୍ତାବାସୀ ବାରମ୍ବାର ଦାବୀ କରି ଆସୁଥିଲେ | ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ କୁମାର ପଟନାୟକ ବସ୍ତାକୁ NAC ଭାବରେ ଘୋଷଣା କରିଛନ୍ତି |

ଏହି ବ୍ଲକର ୪ଟି ପଂଚାୟତ ସଦାନନ୍ଦ ପୁର , ବ୍ରାହ୍ମଣାଦ ,ପତ୍ରଝଡ଼ା .ବାହାର୍ଦାର ୧୪ଟି ଗାଁକୁ ନେଇ NAC ଗଠିତ ହେବ | ଏହି ଘୋଷଣା ପରେ ବସ୍ତା ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି |

Leave A Reply

Your email address will not be published.