ଜଳସା କାର୍ଯ୍ୟକ୍ରମ ବନ୍ଦକୁ ନେଇ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଖୁସି ପ୍ଳାଜା ପରିସରରେ ରାଜପୁର ମସଲାକ-ଇ-ଆଲ୍ଲା ହାଜରତ ଏଣ୍ଡ ରାଜଭି କମିଟି ପକ୍ଷରୁ ଜଳସା କାର୍ଯ୍ୟକ୍ରମ ବନ୍ଦକୁ ନେଇ ସାମ୍ବାଦିକ ସମ୍ମିଳନୀ । ସୂଚନା ଅନୁସାରେ ରାଜପୁର ଗ୍ରାମରେ ଗତ ୨୨ ତାରିଖ ଜଳସା କାର୍ଯ୍ୟକ୍ରମ ପାଇଁ ତହସିଲଦାର,ଉପ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଅନୁମତି ଦିଆଯାଇଥିଲା। ହେଲେ ଅନ୍ୟ ଗ୍ରାମର କିଛି ବ୍ୟକ୍ତି ବିଶେଷ ଏହି ଜଳସା କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ପୋଲିସ ଉଭୟ ପକ୍ଷକୁ ବସି ସମାଧାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।ତେବେ ବାରମ୍ବାର ଥାନାରେ ଆଲୋଚନା ବିଫଳ ହେବାରୁ ରାଜପୁର ପଂଚାୟତର ୧୧/୧୨ ନମ୍ବରର ୱାର୍ଡ ବାସି ଜିଲ୍ଲା ପରିଷଦ ଉପ ସଭାପତି ଅନୁସୟା ପ୍ରଧାନ,ବିଜୁ ଜନତା ଦଳର ସଭାପତି,ଏବଂ ଓଡିଶା ସରକାରଙ୍କ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ରଙ୍କୁ ଘଟଣାର ସମାଧାନ ପାଇଁ ନିବେଦନ କରିଥିଲେ।ହେଲେ କୌଣସି ନେତୃତ୍ୱ ମଣ୍ଡଳୀ ଏହି ଦୁଇ ୱାର୍ଡ ବାସୀଙ୍କ ଦୁଃଖକୁ ସମାଧାନ କରିବା ପରିବର୍ତ୍ତେ ପ୍ରଶାସନିକ ଚାଲ ସୃଷ୍ଟି କରିଥିଲେ।

ଯାହା ଦ୍ୱାରା ଆମ ଭାରତ ବର୍ଷର ମୁଖ୍ୟ ଧର୍ମ ଗୁରୁ ମୁଫତି ମହମ୍ମଦ ଅସଯଦ ରାଜା ଖାନଙ୍କ ପ୍ରତି ଗଭୀର କୁଠାର ଘାତ ହୋଇଛି।ଉତ୍ତର ପ୍ରଦେଶ ବରେଲି ଅଂଚଳର ଏହି ଧର୍ମ ଗୁରୁ ସାରା ଭାରତ ବର୍ଷ ର ବିଭିନ୍ନ ସ୍ଥାନ ସହିତ ଓଡିଶାର ବିଭିନ୍ନ କୋଣ ଅନୁକୋଣରେ ଧର୍ମର ପ୍ରଚାର ପ୍ରସାର କରି ଆସୁଥିବା ବେଳେ ଜଳେଶ୍ୱରରେ କାହିଁକି ପ୍ରଶାସନ ବିରୋଧ କଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜଳେଶ୍ୱର ଏକ ଭାଇଚାରାର ସହର ଭାବରେ ନେତା ଠୁ ମନ୍ତ୍ରୀ ପ୍ରସସନ ଠୁ ପ୍ରଶାସକ ସମସ୍ତେ ଡିମ ଡିମ ପିଟୁ ଥିବା ବେଳେ ରାଜପୁର ପଂଚାୟତର ଏହି ଦୁଇଟି ୱାର୍ଡ କଣ ଜଳେଶ୍ୱରରେ ନୁହେଁକି ? ପ୍ରଶାସନ ପକ୍ଷରୁ ଜଳସା ପାଇଁ ସମସ୍ତ ଅନୁମତି ପତ୍ର ଦେଇ ସାରିଥିବା ବେଳେ ଶେଷ ପର୍ଯ୍ୟାୟରେ ପୋଲିସ ବନ୍ଦ କରିବା ପଛରେ ହାତ କାହାର ? ଲକ୍ଷାଧିକ ଟଙ୍କାର ଖର୍ଚ୍ଚ କରି ନିଜର ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ କୁ ନେଇ ଏହି ଧାର୍ମିକ ସମ୍ମିଳନୀର ଯୋଜନା କରିଥିବା ଆୟୋଜକ କମିଟିକୁ ସକ୍ତ ଧକ୍କା ଲାଗିଛି।ପରି ଶେଷରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନେତା ଓ ପ୍ରଶାସନର ମଧୁ ଚନ୍ଦ୍ରିକରେ ତାଙ୍କ ପ୍ରତି କରିଥିବା କୋଠାରଘାତ କୁ ନିନ୍ଦା କରିବା ସହିତ ସରକାରଙ୍କ ଠାରେ ନ୍ୟାୟ ଭିକ୍ଷା କରିଛନ୍ତି।

ଯଦି ରାଜପୁର ବସ୍ତିରେ ଜଳସା କାର୍ଯ୍ୟକ୍ରମକୁ ପ୍ରଶାସନ ବନ୍ଦ କରିଛି ସେମିତି ଜଳେଶ୍ୱର ଅଂଚଳରେ କୈ।ଣସି ଜଳସା କାର୍ଯ୍ୟକ୍ରମ ନ ହଉ ସେଥିପାଇଁ କମିଟି ପକ୍ଷରୁ ଦାବି କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଶେଖ ହସିରୁଦ୍ଦିନ ବକ୍ସ,ଆଜାର ଖାଁ, ମନସୁର ଖାଁ,ଅବଦୁଲ ସାଜୁଦିନ ଖାଁ, ଅବଦୁଲ ସାଜିଦ ଖାଁ, ସେକ ବାବୁଲ ବକ୍ସ, ସେକ ଜମିରୁଦିନ,ଆମଜାଦ ଖାଁ,ଜାହିଦ ଖାଁ,ସରିପ ଖାଁ, ସେକ ଜମିର ମହମ୍ମଦ,ସେକ ନବିତ, ସେକ ସଦ୍ଦାମ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.