୨୧ ଡେସିମିଲ ଜାଗାରେ ଚାଷ ହୋଇଥିବା ୧୩ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅବକାରୀ ବିଭାଗ ନିଷ୍କ୍ରିୟ | ୨୧ ଡେସିମିଲ ଜାଗାରେ ଚାଷ ହୋଇଥିବା ୧୩ ହଜାର ଅଫିମ ଗଛ ନଷ୍ଟ କଲା ପୋଲିସ |ଅବକାରୀ ବିଭାଗ ର ନିଷ୍କ୍ରିୟତା ର ସୁଯୋଗ ନେଉଛନ୍ତି ଚୋରା ନିଶା ବେପାରୀ ମାନେ ୧ ମାସ ମଧ୍ୟରେ ପୁଣି ଏକ କୋଟି ରୁ ଉର୍ଦ୍ଧ ଅଫିମ ଚାଷ ନଷ୍ଟ କଲା ପୋଲିସ ପୂର୍ବରୁ ପେଟ୍ରୋଲିଙ୍ଗ ସମୟରେ ଗୋଟିଏ ସ୍ବିଫ୍ଟ ଡିଜାୟାର କାର ଭର୍ତି ଗଂଜେଇ ଜବତ |

ପରେ ତାର କିଛି ଦିନ ବ୍ୟବଧାନରେ ପୁଣି ଏକ ବିଳାସପୁର୍ଣ ଫରଚୁନର କାର ସହିତ ପ୍ରାୟ 360 କିଲୋ ଗଂଜେଇ ଜବତ କରିଥିବା ଯଶିପୁର ପୋଲିସ ଆଜି ପୁଣି ମୟୁରଭଞ୍ଜ ଜିଲ୍ଲାଅନ୍ତର୍ଗତ ଯଶିପୁର ଅଂଚଳର ଠାକୁରଗୁଡା ଗ୍ରାମରେ ଚଢ଼ାଉ କରି ଏକୋଇଶି ଡେସିମିଲ ଜାଗା ରେ ଚାଷ ହୋଇଥିବା ବେଆଇନ ଅଫିମ ଗଛ କୁ ଜବତ କରି ନଷ୍ଟ କରିଛି l

ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ ଏହି ଚଢ଼ାଉକରାଯାଇଥିଲା ଯଶିପୁର ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକ ଏବଂ ବନବିଭାଗ, ଅବକାରୀ ବିଭାଗ, କୃଷି ବିଭାଗ ର ମିଳିତ ଟିମ ଚଢ଼ାଉ ରେ ସାମିଲ ଥିବାବେଳେ ମାଜିଷ୍ଟ୍ରେଟ ଭାବେ ତହସିଲଦାର କ୍ରିସେନସିଆତୀର୍କୀ ସାମିଲ ଥିଲେ ଏହି ଚଢ଼ାଉ ରେ ୧୩ ହଜାର ଅଫିମ ଗଛକୁ ନଷ୍ଟ କରାଯାଇଛି l ଯାହା ର ଆନୁମାନିକ ମୂଲ୍ୟ ଏକକୋ ଟିରୁ ଉର୍ଦ୍ଧ ବୋଲି ଜଣା ପଡିଛି |

Leave A Reply

Your email address will not be published.