ଆମ ଓଡିଶା ନଵୀନ ଓଡିଶା ଯୋଜନାରେ ବାହାନଗାକୁ ୫୦ ଲକ୍ଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ ଓଡିଶା ନଵୀନ ଓଡିଶା ଯୋଜନାରେ ବାହାନଗାକୁ ୫୦ ଲକ୍ଷ। ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ମୋଟ ୫୦ ଲକ୍ଷ ଟଙ୍କା ଅନୁଦାନରେ ବାହାନଗାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ଜଣାଯାଇଛି।

ଷଠୀ ଗ୍ରାମର ଖୁଜେଶ୍ବର ମହାଦେବ ମନ୍ଦିର ର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ୩ ଲକ୍ଷ ଟଙ୍କା ୫୦ ହଜାର, ୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନରେ ଷଠୀ ଖେଳପଡିଆ ର ସୌନ୍ଦର୍ଯ୍ୟକରଣ ଓ କ୍ରିକେଟ ଉପକରଣ କ୍ରୟ, ହରେକୃଷ୍ଣ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ୫ ଲକ୍ଷ, ଗନ୍ଧିଣା ଗ୍ରାମର ଦିଗାମ୍ବରୀ ଠାକୁରାଣୀ ପ୍ରାଙ୍ଗଣରେ ୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନରେ ନୂତନ ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ଷଠୀ ପ୍ରାଥମିକ ବିଦ୍ୟାଳୟ ର ୨ ଲକ୍ଷ ୫୦ ହଜାର ଟଙ୍କା ର ଅତିରିକ୍ତ ଗୃହ, କମାରିପୁର ଗ୍ରାମର ମାଆ ବୁଢୀ ବାସୁଳୀ ପୋଖରୀ ତୁଠ ନିର୍ମାଣ, ଦରଡ଼ିଆଗ୍ରାମର ବିଶେଶ୍ବରୀ ମହାଦେବ ମନ୍ଦିର ଠାରେ ୫ ଲକ୍ଷ ଟଙ୍କାର ସାଂସ୍କୃତିକ ମଣ୍ଡପ ଆଦି ନିର୍ମାଣ କରାଯିବା ପାଇଁ ଅର୍ଥ ବରାଦ ହୋଇଥିଲା |

ଆଜି ଏହାର ଶୁଭ ଶିଳାନ୍ୟାସ କରାଯାଇଛି।ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡା ଏହାର ଶୁଭ ଶିଳାନ୍ୟାସ କରାଯାଇଛି।ଏହି ଅବସରରେ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ରଙ୍କ ସହ ବିଭାଗୀୟ ଅଧିକାରି ,ସ୍ଥାନୀୟ ନେତୃବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ।ବାହାନଗା ବ୍ଲକକୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ମୋଟ ୫୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିବା ସୂଚନା।

Leave A Reply

Your email address will not be published.