ସ୍ୱଚ୍ଛତାରେ ଆଉ ପାଦେ ଆଗେଇଲା ବାରିପଦା ପୋୖରପାଳିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱଚ୍ଛତାରେ ଆଉ ପାଦେ ଆଗେଇଲା ବାରିପଦା ପୋୖରପାଳିକା | ସ୍ୱଚ୍ଛ ବାରିପଦା ସୁନ୍ଦର ବାରିପଦା ଗଠନ କରିବା ପାଇଁ ଆଉ ଗୋଟେ ପାଦ ଆଗକୁ ବଢିଛି ବାରିପଦା ପୋୖରପାଳିକା। ସହରର ରାସ୍ତାକୁ ସ୍ୱଚ୍ଛ ରଖିବା ପାଇଁ ସଫେଇ କାର୍ଯ୍ୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ଯନ୍ତ୍ରଚାଳିତ ସଫେଇ ମେସିନ ଲୋକାର୍ପିତ ହୋଇଛି।

ବାରିପଦା ପୋୖରପାଳିକା କଲ୍ୟାଣ ମଣ୍ଡପ ଠାରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଫେଇ ମେସିନ ଉଦଘାଟିତ କରି ଟ୍ରାଇଲ ରନ କରାଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ବିବରଣୀ ପ୍ରଦାନ କରିବା ସହ ସବୁଜ ପତାକା ଦେଖାଇ ମେସିନକୁ ଶୁଭାରମ୍ଭ କରିଥିଲେ। ବାରିପଦା ସହର ମଧ୍ୟରେ ଥିବା ବିଭିନ୍ନ ମୁଖ୍ୟ ରାସ୍ତା ଗୁଡିକରେ ଉକ୍ତ ଦୁଇ ଗୋଟି ମେସିନ ଜରିଆରେ ସଫେଇ କାର୍ଯ୍ୟ କରାଯିବ। ଉକ୍ତ ରାସ୍ତା ଗୁଡ଼ିକ ପୂର୍ବରୁ ସଫେଇ କର୍ମଚାରୀ ମାନଙ୍କ ଦ୍ଵାରା ସଫେଇ ହେଉଥିବା ବେଳେ ସେନେଇ ଅନେକ ସମୟ ମଧ୍ୟ ଲାଗୁଥିଲା।

କିନ୍ତୁ ବର୍ତ୍ତମାନ ଉକ୍ତ ମେସିନ ଦ୍ୱାରା ଖୁବ ସମୟ ମଧ୍ୟରେ ସହଜରେ ସଫେଇ କାର୍ଯ୍ୟ କରିହେବ। ଏନେଇ ରାଜ୍ୟ ସରକାରଙ୍କ ସହରାଞ୍ଚଳ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଯୋଜନାରେ ବାରିପଦା ପୋୖରପାଳିକା ପକ୍ଷରୁ ୧କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ଦୁଇ ଗୋଟି ଯନ୍ତ୍ରଚାଳିତ ସଫେଇ ମେସିନର ବ୍ୟବସ୍ଥା କରାଯାଇଛି। ବାରିପଦା ସହରର ମୁଖ୍ୟ ରାସ୍ତା ଗୁଡିକ ଉକ୍ତ ମେସିନ ଜରିଆରେ ପ୍ରତିଦିନ ସକାଳୁ ୮ରୁ ୧୦ଘଣ୍ଟା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବରୁ ସଫେଇ ନିମନ୍ତେ ମେସିନ ଓ ସଫେଇ ଗାଡି ରହିଥିବା ବେଳେ ଆଉ ଗୋଟେ ନୂତନ ଫର୍ଦ୍ଦ ଯୋଡ଼ା ଯାଇଛି। ରାଜ୍ୟର ସମସ୍ତ ପୋୖର ନିଗମ ପରେ ରାଜ୍ୟର ତୃତୀୟ ପୋୖରପାଳିକା ଭାବେ ବାରିପଦାରେ ଉକ୍ତ ଯନ୍ତ୍ରଚାଳିତ ସଫେଇ ମେସିନ କାର୍ଯ୍ୟକାରୀ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡର କାଉନସିଲର, ସ୍ୱଚ୍ଛ ସାଥି, ସଫେଇ ସୁପରଭାଇଜର, ସଫେଇ କର୍ମଚାରୀ ଓ ବାରିପଦା ପୋୖରପାଳିକାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.