ପୋଲିସ ହାତରେ ୬ ବ୍ୟାଟେରୀ ଚୋର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲିସ ହାତରେ ୬ ବ୍ୟାଟେରୀ ଚୋର | ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ଚୋରି ଡକାୟତି ବଢ଼ିବାରେ ଲାଗିଥିବା ଦେଖାଯାଇଛି।ବର୍ତ୍ତମାନ କିଛିଦିନ ହେବ ବ୍ୟାଟେରୀ ଚୋର ମାତି ଥିବାର ଜଣାପଡିଛି।

ଏ ବାବଦରେ ଖନ୍ତାପଡା ଥାନାରେ ଗତ ୧୬ଓ ୨୦ ତାରିଖରେ ବ୍ୟାଟେରୀ ଚୋରିର ଲିଖିତ ଅଭିଯୋଗ ପରେ ପୋଲିସ ତତ୍ପର ହୋଇ ଉଠିଥିଲା। ଗତ ୧୬ତାରିଖ ଓ ୨୦ ତାରିଖରେ ଖନ୍ତାପଡା ଥାନାରେ ବ୍ୟାଟେରୀ ଚୋରି ବାବଦରେ ଲିଖିତ ଅଭିଯୋଗ ହେବାପରେ ଏହାକୁ ଆଧାର କରି ଖନ୍ତାପଡା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬ଜଣ ଲୁଟେରାଙ୍କୁ ଗିରଫ କରିଛି।

ତା ସହିତଏଲିଡିଟିଭି,ଏସି କମ୍ପ୍ରେସର ସହ ନଗଦ ଏକ ଲକ୍ଷ ଟଙ୍କା ଜବତ କରିଛି ପୋଲିସ।ଲୁଟେରା ମାନଙ୍କ ନାଁରେ ବାଲେଶ୍ୱର ଜିଲ୍ଲାର ଟାଉନ, ଖନ୍ତାପଡା,ବସ୍ତା,ଜଳେଶ୍ବର,
ତାଳସାରି ଆଦି ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବାର ଜଣା ପଡ଼ିଛି।

Leave A Reply

Your email address will not be published.