୫ଟି ଅଧ୍ୟକ୍ଷଙ୍କ ଧାମନଗର ଗସ୍ତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ଟି ଅଧ୍ୟକ୍ଷଙ୍କ ଧାମନଗର ଗସ୍ତ। ଭଦ୍ରକ ଜିଲ୍ଲା ଧାମନଗର ଗସ୍ତ କରିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍।ଧାମନଗର ଅଞ୍ଚଳରେ ବୈତରଣୀ ନଦୀବନ୍ଧ ଅତି ଦୁର୍ବଳ ହୋଇ ପଡିଥିବାରୁ, ଏଥିପାଇଁ ଭୟ ଆଶଙ୍କାରେ ଥିବା ଅଞ୍ଚଳବାସୀଙ୍କ ବହୁଦିନର ଦାବି ଯୋଗୁ ପାଣ୍ଡିଆନ୍ ଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଜଣା ଯାଇଛି।

ବୈତରଣୀ ନଦୀର ଗୋଟିଏ ପଟେ ଯାଜପୁର ଜିଲ୍ଲା ଓ ଅନ୍ୟପଟେ ଭଦ୍ରକ।ଯାଜପୁର ଜିଲ୍ଲା ପଟକୁ ଥିବା ନଦୀବନ୍ଧ ସୁଦୃଢ ଥିଲାବେଳେ ଭଦ୍ରକ ପଟକୁ ନଦୀର ବନ୍ଧ ଅତି ଦୁର୍ବଳ ରହିଥିବା ଅଭିଯୋଗ ହୋଇ ଆସୁଥିଲା।ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପାଣ୍ଡିଆନ୍ ଧାମନଗର ଗସ୍ତରେ ଆସି ଏକ ବାଇକ ଯୋଗେ ନିଜେ ବାଇକ ଚଳାଇ ଉକ୍ତ ନଦୀବନ୍ଧର ଅବସ୍ଥା ତଦାରଖ କରିଥିଲେ।

ସେବାବଦରେ ଆବଶ୍ୟକ ପଦକ୍ଷେପ ସରକାର ନେବେ ବୋଲି ପ୍ରତିଶୃତି ଦେବାସହ ଆୟୋଜିତ ଏକ ସଭାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଉନ୍ନତିମୁଳକ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ।

Leave A Reply

Your email address will not be published.